ଦାମଙ୍କ ପୁଅ ହେଲେ ବିଜେଡି ରାଜ୍ୟ ସମ୍ପାଦକ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଦୁଇ ଜଣ ନୂଆ ମୁହଁକୁ ଦଳର ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରିଛନ୍ତି। ସେ ଦୁହେଁ ହେଲେ ରବି ସାମଲ ଓ ସମ୍ବିତ ରାଉତରାୟ। ଏହି ଦୁଇ ଯୁବ ନେତାଙ୍କୁ ଦାୟିତ୍ୱ ମିଳିଥିବା କଥା କହିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ସଂଞ୍ଜୟ ଦାସବର୍ମା। ହେଲେ ଜାଣିଛନ୍ତି ଏ ସମ୍ବିତ ରାଉତରାୟ କିଏ ? ସେ ହେଉଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ […]

dama

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 05:23 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଦୁଇ ଜଣ ନୂଆ ମୁହଁକୁ ଦଳର ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରିଛନ୍ତି। ସେ ଦୁହେଁ ହେଲେ ରବି ସାମଲ ଓ ସମ୍ବିତ ରାଉତରାୟ। ଏହି ଦୁଇ ଯୁବ ନେତାଙ୍କୁ ଦାୟିତ୍ୱ ମିଳିଥିବା କଥା କହିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ସଂଞ୍ଜୟ ଦାସବର୍ମା। ହେଲେ ଜାଣିଛନ୍ତି ଏ ସମ୍ବିତ ରାଉତରାୟ କିଏ ?

ସେ ହେଉଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପୁଅ।  ‘ତୁଣ୍ଡ’ ପାଇଁ ଚର୍ଚ୍ଚାରେ ରହୁଥିବା ଦାମ ନିକଟରେ ‘ବ୍ରାହ୍ମଣ’ଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ମନ୍ତ୍ରୀ ପଦ ସହିତ ଦଳର ଉପସଭାପତି ପଦ ହରାଇଥିଲେ। ତେବେ ଏବେ ତାଙ୍କ  ପୁଅଙ୍କୁ ଦଳ ଗୁରୁତ୍ୱ ଦେଇଛି। ତାଙ୍କୁ  ଏକ ଗୁରୁ ଦାୟିତ୍ୱ ଦେଇ ଦଳ ଦାମଙ୍କ ଘା’ରେ ମଲମ ଲଗାଇଛି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ଆଗକୁ ନିର୍ବାଚନ ଥିବାରୁ ଉତ୍ତରାଧିକାରୀ ସୂତ୍ରରେ ଦାମ ବାବୁଙ୍କ ପୁତ୍ରଙ୍କୁ ଯେ, କିଛି ଭଲ ପୁରସ୍କାର ନ ମିଳିବ କିଏ କହିବ !

Related story