ମନ୍ତ୍ରୀ ସେହ୍ନାଙ୍ଗିନୀ ଛୁରିଆଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ୨୦ବିଜେପି କର୍ମୀ ଅଟକ

ସମ୍ବଲପୁର: ବୟନଶିଳ୍ପ ମନ୍ତ୍ରୀ ସେହ୍ନାଙ୍ଗିନୀ ଛୁରିଆଙ୍କ ଆଜି ସମ୍ବଲପୁର ଗସ୍ତ ପୂର୍ବରୁ  ବିଜେପିର  ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେରଙ୍କ ସମେତ ୨୦ ଜଣ ବିଜେପି କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି। ସଭାସ୍ଥଳରେ କଳାପତାକା ପ୍ରଦର୍ଶନ କରିବା ଅଭିଯୋଗରେ ପୋଲିସ୍‌ ସେମାନଙ୍କୁ ଅଟକ ରଖିଛି। ମନ୍ତ୍ରୀ ସେହ୍ନାଙ୍ଗିନୀ ଛୁରିଆ ସମ୍ବଲପୁର ପ୍ରେସ କ୍ଲବରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଜଣେ ଆନ୍ଦୋଳନକାରୀ କହିଛନ୍ତି, “ଗତ ୨୪ ତାରିଖରେ ବରଗଡ଼ରେ ବିଜେପି ବିକାଶ ସମାବେଶରେ ଯୋଗ […]

samlpur

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 01:09 PM IST

ସମ୍ବଲପୁର: ବୟନଶିଳ୍ପ ମନ୍ତ୍ରୀ ସେହ୍ନାଙ୍ଗିନୀ ଛୁରିଆଙ୍କ ଆଜି ସମ୍ବଲପୁର ଗସ୍ତ ପୂର୍ବରୁ  ବିଜେପିର  ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେରଙ୍କ ସମେତ ୨୦ ଜଣ ବିଜେପି କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି। ସଭାସ୍ଥଳରେ କଳାପତାକା ପ୍ରଦର୍ଶନ କରିବା ଅଭିଯୋଗରେ ପୋଲିସ୍‌ ସେମାନଙ୍କୁ ଅଟକ ରଖିଛି। ମନ୍ତ୍ରୀ ସେହ୍ନାଙ୍ଗିନୀ ଛୁରିଆ ସମ୍ବଲପୁର ପ୍ରେସ କ୍ଲବରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଜଣେ ଆନ୍ଦୋଳନକାରୀ କହିଛନ୍ତି, “ଗତ ୨୪ ତାରିଖରେ ବରଗଡ଼ରେ ବିଜେପି ବିକାଶ ସମାବେଶରେ ଯୋଗ ଦେବାକୁ ଆସିଥିବା ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ  ବିଜେଡି କର୍ମୀଙ୍କ କଳାପତାକା ପ୍ରଦର୍ଶନ ଓ ତାଙ୍କ ଗାଡ଼ି ଭଙ୍ଗାରୁଜା ଘଟଣାର ବିରୋଧରେ ଆଜି ମନ୍ତ୍ରୀ ସେହ୍ନାଙ୍ଗିନୀ ଛୁରିଆଙ୍କ ସମ୍ବଲପୁର ଗସ୍ତକୁ ବିରୋଧ କରୁଛୁ। ତାଙ୍କୁ ସହର ଭିତରକୁ ପଶିବାକୁ ଦିଆଯିବ ନାହିଁ। ଓଡ଼ିଶା ସରକାରଙ୍କ ଯେଉଁ ମନ୍ତ୍ରୀ ଓ ନେତା ସମ୍ବଲପୁର ଆସିବେ  ବିଜେପି ପକ୍ଷରୁ ସେମାନଙ୍କୁ ବିରୋଧ କରାଯିବ।”

Related story