ଆଜି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବୁର୍ଲା ଭିଏସ୍‌ଏସ୍‌ୟୁଟିର ହୀରକ ଜୟନ୍ତୀ ସମାରୋହ  ଉଦଘାଟନ କରିବେ। ପରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ। ବୁର୍ଲାରୁ ଫେରି ସମ୍ବଲପୁର ପିଏଚଡି ପଡ଼ିଆରେ ଭିନ୍ନକ୍ଷମ ଉପକରଣ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ସେ ସମ୍ବଲପୁର ମୁଖ୍ୟ ଡାକଘରେ ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନୀ ଉତ୍ସବରେ ଯୋଗଦେବାର […]

cmo

Rakesh Mallick
  • Published: Sunday, 19 March 2017
  • , Updated: 19 March 2017, 11:27 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବୁର୍ଲା ଭିଏସ୍‌ଏସ୍‌ୟୁଟିର ହୀରକ ଜୟନ୍ତୀ ସମାରୋହ  ଉଦଘାଟନ କରିବେ। ପରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ। ବୁର୍ଲାରୁ ଫେରି ସମ୍ବଲପୁର ପିଏଚଡି ପଡ଼ିଆରେ ଭିନ୍ନକ୍ଷମ ଉପକରଣ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ସେ ସମ୍ବଲପୁର ମୁଖ୍ୟ ଡାକଘରେ ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପାସପୋର୍ଟ ସେବାକେନ୍ଦ୍ର ଉତ୍ସବରେ ଯୋଗ ଦେଉଛନ୍ତି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Related story