ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ବଲପୁର ଗସ୍ତରେ ଯାଇ ବିଭିନ୍ନ ଆଜି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ  ଅଇଁଠାପାଲିରେ ପହଞ୍ଚିଥିଲେ। ସେଠାରେ ସେ ଅଇଁଠାପାଲି ସ୍ଥିତ ପିଏଚ୍‌ଡି ପଡ଼ିଆରେ  ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଅଇଁଠାପାଲିରେ ଥିବା ନୂତନ ବସ୍‌ ଟର୍ମିନାଲକୁ ଲୋକାର୍ପିତ କରିଥିଲେ। ଏହା ସହିତ କ୍ଷେତରାଜପୁର ରେଳ ଷ୍ଟେସନଠାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ଯୋଜନାର ଶୁଭାରମ୍ଭ କରିଥିଲେ ନବୀନ। ନବୀନଙ୍କ ଗସ୍ତ ପୂର୍ବରୁ ୬୯ଜଣ ବିଜେପି […]

cm

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 02:34 PM IST

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ବଲପୁର ଗସ୍ତରେ ଯାଇ ବିଭିନ୍ନ ଆଜି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ  ଅଇଁଠାପାଲିରେ ପହଞ୍ଚିଥିଲେ। ସେଠାରେ ସେ ଅଇଁଠାପାଲି ସ୍ଥିତ ପିଏଚ୍‌ଡି ପଡ଼ିଆରେ  ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଅଇଁଠାପାଲିରେ ଥିବା ନୂତନ ବସ୍‌ ଟର୍ମିନାଲକୁ ଲୋକାର୍ପିତ କରିଥିଲେ।

ଏହା ସହିତ କ୍ଷେତରାଜପୁର ରେଳ ଷ୍ଟେସନଠାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ଯୋଜନାର ଶୁଭାରମ୍ଭ କରିଥିଲେ ନବୀନ।

ନବୀନଙ୍କ ଗସ୍ତ ପୂର୍ବରୁ ୬୯ଜଣ ବିଜେପି ଓ ୨୧ ଜଣ କଂଗ୍ରେସ କର୍ମୀଙ୍କୁ ପୋଲିସ୍‌ ଅଟକ ରଖିଥିଲା। ଗତକାଲି ବିଜେପିର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ପୋଲିସ ଅଟକ ରଖିଥିଲା।

ଆଜି ସକାଳେ ସମ୍ବଲପୁର ପିଏଚିଡି ପଡ଼ିଆରେ  ନବୀନଙ୍କ ଗସ୍ତ ପୂର୍ବରୁ ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରିବା ସହ ରାସ୍ତାରେ ଅଣ୍ଡା ଫିଙ୍ଗି ପ୍ରତିବାଦ କରିଛନ୍ତି। ସେହିପରି ନବୀନଙ୍କ ଗସ୍ତକୁ ବିରୋଧ କରି କୁଚିଣ୍ଡାର ପୂର୍ବତନ ବିଜେପି ବିଧାୟକ ରବି ନାରାୟଣ ନାୟକଙ୍କୁ ପୋଲିସ୍‌ ଅଟକ ରଖିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

Related story