ସମ୍ବଲପୁର: ଶୀତଳ ଷଷ୍ଠୀ ଯାତ୍ରା ଲାଗି ଆଜି ହେବ ଥାଳ ଉଠା ପର୍ବ

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଲାଗି ଆଜି ଥାଳ ଉଠା ପର୍ବ ଅନୁଷ୍ଠିତ ହେବ। ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା ଓ ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ମନ୍ଦିର ସମେତ ଅନ୍ୟ ଶିବ ମନ୍ଦିରରୁ ଆଜି ପୂଜା ଥାଳ ବାହାରିବ। ପରମ୍ପରା ଅନୁସାରେ ମହାଦେବ ଓ ପାର୍ବତୀଙ୍କ ବିବାହ ପର୍ବ ଶୀତଳ ଷଷ୍ଠୀ ଯାତ୍ରାରେ ଥାଳ ଉଠା ହେଉଛି ଆଦ୍ୟ ପର୍ବ। ଅକ୍ଷୟ ତୃତୀୟାରେ ଶିବ ମନ୍ଦିରଗୁଡ଼ିକରେ ଥାଳ ପୂଜା କରାଯାଇ […]

sital sathi

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 09:24 AM IST

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଲାଗି ଆଜି ଥାଳ ଉଠା ପର୍ବ ଅନୁଷ୍ଠିତ ହେବ। ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା ଓ ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ମନ୍ଦିର ସମେତ ଅନ୍ୟ ଶିବ ମନ୍ଦିରରୁ ଆଜି ପୂଜା ଥାଳ ବାହାରିବ।

ପରମ୍ପରା ଅନୁସାରେ ମହାଦେବ ଓ ପାର୍ବତୀଙ୍କ ବିବାହ ପର୍ବ ଶୀତଳ ଷଷ୍ଠୀ ଯାତ୍ରାରେ ଥାଳ ଉଠା ହେଉଛି ଆଦ୍ୟ ପର୍ବ। ଅକ୍ଷୟ ତୃତୀୟାରେ ଶିବ ମନ୍ଦିରଗୁଡ଼ିକରେ ଥାଳ ପୂଜା କରାଯାଇ ଶୀତଳଷଷ୍ଠୀ ପାଇଁ ଅନୁଦାନ ସଂଗ୍ରହ ଆରମ୍ଭ ହୋଇଥାଏ। ଏହି ପୂଜା ଥାଳ ଆଜି ପଡ଼ାର ବିଭିନ୍ନ ଘରକୁ ଯିବ। ଏହାସହ ଆଜି ଦେବୀ ପାର୍ବୀତୀଙ୍କ ମାତା ଓ ପିତା ଚୟନ କରାଯିବ। ପ୍ରତିବର୍ଷ ଶୀତଳ ଷଷ୍ଠୀରେ ଦେବୀ ପାର୍ବତୀଙ୍କ ମାତା ପିତା ହେବା ଲାଗି ଦମ୍ପତ୍ତିମାନେ ଆଗ୍ରହର ସହ ଅପେକ୍ଷା କରିଥାନ୍ତି।

Related story