ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ବାରୁଆଁର ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗତକାଲି ରାତିରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା କୁହାଯାଉଥିବା ବେଳେ ଆଜି ସକାଳେ ମିଳିଥିଲା ମୃତଦେହ।
ବରୁଆଁ ନିକଟ ଜାମୁଝରା ଛକ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ଦୀପକଙ୍କ ମୃତଦେହ। ସ୍ଥାନୀୟ ଲୋକେ ପ୍ରଥମେ ଏ ସଂପର୍କରେ ସୂଚନା ଦେଇଥିଲେ। ଦୀପକଙ୍କୁ ଢେଙ୍କାନାଳ ହସ୍ପିଟାଲ୍ରେ ମୃତ ଘୋଷଣା କରାଯାଇଥିଲା।
ପୂର୍ବ ଶତୃତାକୁ କେନ୍ଦ୍ର କରି ଦୀପକଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ତାଙ୍କ ସ୍ତ୍ରୀ ମମତା ମାହୁନ୍ତ ବାରୁଆଁ ପଞ୍ଚାୟତର ସରପଞ୍ଚ ଅଛନ୍ତି। ରାଜନୈତିକ ଅବା ଖଣି ଖାଦାନ ସମ୍ବନ୍ଧୀୟ ବ୍ୟବସାୟିକ ଶତୃତାରୁ ଦୀପକଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କାଲି ଓଡ଼ିଶା ଆସୁଛନ୍ତି ମୋଦି, ରାଜଧାନୀରେ ଚେକିଂ କଡ଼ାକଡ଼ି
ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ ।
Politics
ପ୍ରଧାନମନ୍ତ୍ରୀ ମୋଦି କରିବେନି ରୋଡ୍ ଶୋ’, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।
Crime
ପୁଲିସ୍ ଓ ଓକିଲ କହି ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ
ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍ କରିଥିଲେ।