ଉମରକୋଟ ସମିତି ସଭ୍ୟ ଅପହରଣ ଅଭିଯୋଗ ଘଟଣା: ସମିତି ସଭ୍ୟ ତ୍ରିଲୋଚନ ଗୌଡ଼ କହିଲେ ମୋତେ କେହି ଅପହରଣ କରି ନାହାନ୍ତି

ନବରଙ୍ଗପୁର/ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତେଲନଦୀ ଗାଁ ସମିତି ସଭ୍ୟ  ତ୍ରିଲୋଚନ ଗୌଡଙ୍କୁ ଗତକାଲି କେହି ଅପହରଣ କରିନେଇଥିବା ଅଭିଯୋଗ କରି ରବିବାର କଂଗ୍ରେସ ପକ୍ଷରୁ ଉମରକୋଟ଼-ଝରିଗାଁ ରାସ୍ତା ଅବରୋଧ କରାଯାଇଥିଲା। ତେବେ ଅପରାହ୍ନରେ ଘଟଣାରେ ନାଟକୀୟ ମୋଡ଼ ନେଇଥିଲା। ସମିତି ସଭ୍ୟ ତ୍ରିଲୋଚନ ନିଜେ ଘୋଷଣା କରିଥିଲେ ଯେ ତାଙ୍କୁ ଅପହରଣ କରାଯାଇ ନାହିଁ। ସେ ନିଜ କାମରେ ଭୁବନେଶ୍ୱର ଆସିଛନ୍ତି। ନିଜ ପଞ୍ଚାୟତର କାମ ସଂପର୍କରେ ଭୁବନେଶ୍ୱରରେ ଆସିଛନ୍ତି। ଏସଂପର୍କରେ ସେ ମନ୍ତ୍ରୀ […]

trilochan

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 05:56 PM IST

ନବରଙ୍ଗପୁର/ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତେଲନଦୀ ଗାଁ ସମିତି ସଭ୍ୟ  ତ୍ରିଲୋଚନ ଗୌଡଙ୍କୁ ଗତକାଲି କେହି ଅପହରଣ କରିନେଇଥିବା ଅଭିଯୋଗ କରି ରବିବାର କଂଗ୍ରେସ ପକ୍ଷରୁ ଉମରକୋଟ଼-ଝରିଗାଁ ରାସ୍ତା ଅବରୋଧ କରାଯାଇଥିଲା। ତେବେ ଅପରାହ୍ନରେ ଘଟଣାରେ ନାଟକୀୟ ମୋଡ଼ ନେଇଥିଲା। ସମିତି ସଭ୍ୟ ତ୍ରିଲୋଚନ ନିଜେ ଘୋଷଣା କରିଥିଲେ ଯେ ତାଙ୍କୁ ଅପହରଣ କରାଯାଇ ନାହିଁ। ସେ ନିଜ କାମରେ ଭୁବନେଶ୍ୱର ଆସିଛନ୍ତି। ନିଜ ପଞ୍ଚାୟତର କାମ ସଂପର୍କରେ ଭୁବନେଶ୍ୱରରେ ଆସିଛନ୍ତି। ଏସଂପର୍କରେ ସେ ମନ୍ତ୍ରୀ ରମେଶ ମାଝିଙ୍କୁ ଭେଟିବାକୁ ଆସିଛନ୍ତି। କିଛି ଲୋକ ରାଜନୈତିକ ଫାଇଦା ପାଇଁ ଅପହରଣ ଅଭିଯୋଗ ଆଣି ରାସ୍ତାରୋକ କରିଛନ୍ତି।

ଶନିବାର ତ୍ରିଲୋଚନଙ୍କୁ ଅପହରଣ କରାଯାଇଥିବା ନେଇ ଝରିଗାଁ ଥାନାରେ ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ। ପୋଲିସ ଏକ ଅପହରଣ ମାମଲା ରୁଜୁ କରି  ଘଟଣାର ତଦନ୍ତ ଚଳାଇଥିଲା।

ଅନ୍ୟପକ୍ଷରେ ଆଜି ସକାଲୁ କଂଗ୍ରେସର ରାସ୍ତାରୋକ ଯୋଗୁଁ ଉମରକୋଟ-ଝରିଗାଁ ମଧ୍ୟ ଯାତାୟତ ରାସ୍ତା ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି।

ଏ ନେଇ ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି, ତ୍ରିଲୋଚନ ବିଜେଡି ସମର୍ଥିତ ସମିତି ସଭ୍ୟ। ବିଜେଡି ଦଳ ତାଙ୍କୁ କାହିଁକି ଅପହରଣ କରିବ। ସେ ଅନ୍ୟ କିଛି ସମିତି ସଭ୍ୟ ଓ ସରପଞ୍ଚଙ୍କ ସହ ଭୁବନେଶ୍ୱର ବୁଲିବାକୁ ଆସିଛନ୍ତି। ଏହାକୁ ରାଜନୈତିକ ରଙ୍ଗ ଦିଆଯାଉଛି।

Related story