ବାହୁବଳି ବିଧାୟକ ଗଢ଼ିବେ ନୂଆ ଦଳ

କେନ୍ଦୁଝର (ଓଡ଼ିଶା ରିପୋର୍ଟର): ଦଳ ଗଢିବେ ଚମ୍ପୁଆର ବାହୁବଳୀ ବିଧାୟକ ସନାତନ ମହାକୁଡ଼। ଦଳର ନାଁ ‘ଜନସମୃଦ୍ଧି ପାର୍ଟି’ ରଖିଥିବା ଜଣାପଡ଼ିଛି। ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଛନ୍ତି ସନା। ତେବେ ସନାଙ୍କ ଏଭଳି ଉଦ୍ୟମ ପଛର ଉଦ୍ଦେଶ୍ୟ କଣ ରହିଛି, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ପୂର୍ବରୁ ସନା ‘ସନା ସେନା’ ନାଁରେ ଏକ ସଂଗଠନ ଗଢି ଥିଲେ। ସନାଙ୍କ ଦଳର ନାଁ ‘ଜନସମୃଦ୍ଧି ପାର୍ଟି’। ଠିକଣା ହେଉଛି କେନ୍ଦୁଛରଗଡ଼ ବଳରାମପୁର ଅନ୍ତର୍ଗତ […]

sana mahakuda creat new political party

Rakesh Mallick
  • Published: Wednesday, 10 January 2018
  • , Updated: 10 January 2018, 09:08 PM IST

କେନ୍ଦୁଝର (ଓଡ଼ିଶା ରିପୋର୍ଟର): ଦଳ ଗଢିବେ ଚମ୍ପୁଆର ବାହୁବଳୀ ବିଧାୟକ ସନାତନ ମହାକୁଡ଼। ଦଳର ନାଁ ‘ଜନସମୃଦ୍ଧି ପାର୍ଟି’ ରଖିଥିବା ଜଣାପଡ଼ିଛି। ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଛନ୍ତି ସନା। ତେବେ ସନାଙ୍କ ଏଭଳି ଉଦ୍ୟମ ପଛର ଉଦ୍ଦେଶ୍ୟ କଣ ରହିଛି, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ପୂର୍ବରୁ ସନା ‘ସନା ସେନା’ ନାଁରେ ଏକ ସଂଗଠନ ଗଢି ଥିଲେ।

ସନାଙ୍କ ଦଳର ନାଁ ‘ଜନସମୃଦ୍ଧି ପାର୍ଟି’। ଠିକଣା ହେଉଛି କେନ୍ଦୁଛରଗଡ଼ ବଳରାମପୁର ଅନ୍ତର୍ଗତ କାଶିପୁର। ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଧାରା ୨୯(କ) ଅନୁଯାୟୀ ନିଜ ଦଳକୁ ପଞ୍ଜିକୃତ କରିବା ଲାଗି ନୂଆଦିଲ୍ଲୀସ୍ଥିତ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଛନ୍ତି ବିଧାୟକ ସନାତନ ମହାକୁଡ଼। ଆବେଦନରେ ପାର୍ଟି ସଭାପତି ଭାବେ ସନାତନ ମହାକୁଡ଼, କାର୍ଯ୍ୟକାରୀ ସଭାପତି ଭାବେ ସରୋଜ କୁମାର ସାହୁ ଭଳି ୮ ଜଣ କର୍ମକର୍ତ୍ତାଙ୍କ ନାଁ ରହିଛି। ତେବେ ସନାଙ୍କ ଦଳ କେନ୍ଦୁଝର ଜିଲ୍ଲାରେ ସୀମିତ ରହିବ ନାହିଁ। ସମସ୍ତ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବ। ପଞ୍ଜିକରଣ ପ୍ରକ୍ରିୟା ଶେଷ ହେଲେ ଶ୍ରୀକ୍ଷେତ୍ରରୁ ଦଳୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସନାତନ। ପୁରୀରୁ ଘଟଗାଁ ମା’ ତାରିଣୀଙ୍କ ପର୍ଯ୍ୟନ୍ତ ରାଲି ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

ସନା ମହାକୁଡ଼ ଦଳ ଗଢିବେ କାହିଁକି? ଇଏ ତାଙ୍କ ନିଷ୍ପତ୍ତି ନା ଏହା ପଛରେ ଆଉ କାହାର ମନ୍ତ୍ରଣା ରହିଛି। ସନା ବିଜେଡିରେ ମିଶିବେ ବୋଲି କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା। କେନ୍ଦୁଝରରେ ବିଜେପିର ବଢୁଥିବା ପ୍ରଭାବକୁ ପ୍ରତିହତ କରିବା ଲାଗି ଏହା ଏକ ଷ୍ଟ୍ରାଟେଜି ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲାର ଆଦିବାସୀ ଅଞ୍ଚଳରେ ସନାଙ୍କ ପତିଆରା ଥିବାରୁ ପ୍ରଭାବ ବିସ୍ତାର କରିବାରେ ସମର୍ଥ ହେବେ ବୋଲି କୁହାଯାଉଛି।

Related story