ଗାଈମାନଙ୍କ ପାଇଁ କୁଲର୍ ଲଗାଇଛନ୍ତି ସନାତନ!

ଚମ୍ପୁଆ: ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଉଚ୍ଚବାଲିରେ ଥିବା ବେଆଇନ ନିର୍ମାଣକୁ ବୁଲ୍‌ଡୋଜର ଦ୍ୱାରା ଭଙ୍ଗାଯିବା ପରେ ବହୁ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ସନାଙ୍କ ଗୁହାଳରେ ଗାଈମାନଙ୍କ ପାଇଁ କୁଲର  ଲଗାଯାଇଥିବା ଦେଖିବାକୁ ମିଳିଛି।  ଗୁହାଳକୁ ଥଣ୍ଡା ରଖିବା ପାଇଁ ତିନିଟି କୁଲର ଲାଗିଛି। ସାରା ରାଜ୍ୟ  ଖରା ଓ ଗରମରେ ସିଝୁଥିବା ବେଳେ ସନାତନଙ୍କ ଗୁହାଳରେ ଗାଈମାନେ କୁଲରର ପବନ ଖାଇ ଥଣ୍ଡା ହେଉଛନ୍ତି। ଗୁହାଳରେ କୁଲର ସାଙ୍ଗକୁ ଫ୍ୟାନର ମଧ୍ୟ ବ୍ୟବସ୍ଥା ହୋଇଛି। […]

sanatana-cow-shed

Rakesh Mallick
  • Published: Friday, 22 April 2016
  • , Updated: 22 April 2016, 03:10 PM IST

ଚମ୍ପୁଆ: ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଉଚ୍ଚବାଲିରେ ଥିବା ବେଆଇନ ନିର୍ମାଣକୁ ବୁଲ୍‌ଡୋଜର ଦ୍ୱାରା ଭଙ୍ଗାଯିବା ପରେ ବହୁ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ସନାଙ୍କ ଗୁହାଳରେ ଗାଈମାନଙ୍କ ପାଇଁ କୁଲର  ଲଗାଯାଇଥିବା ଦେଖିବାକୁ ମିଳିଛି।  ଗୁହାଳକୁ ଥଣ୍ଡା ରଖିବା ପାଇଁ ତିନିଟି କୁଲର ଲାଗିଛି। ସାରା ରାଜ୍ୟ  ଖରା ଓ ଗରମରେ ସିଝୁଥିବା ବେଳେ ସନାତନଙ୍କ ଗୁହାଳରେ ଗାଈମାନେ କୁଲରର ପବନ ଖାଇ ଥଣ୍ଡା ହେଉଛନ୍ତି। ଗୁହାଳରେ କୁଲର ସାଙ୍ଗକୁ ଫ୍ୟାନର ମଧ୍ୟ ବ୍ୟବସ୍ଥା ହୋଇଛି। ଗାଈମାନଙ୍କ ସହ ସନାଙ୍କ  ଛେଳିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଛେଳିଙ୍କ ଖାଦ୍ୟ ପାଇଁ ଯେଥେଷ୍ଟ ଡାଳ ପତ୍ର ମଧ୍ୟ ରହିଛି।

କେବଳ ଗାଈ ନୁହେଁ, ବେଶ ଆରମରେ ଜୀବନ ବିତାଉ ଥିଲେ ସନାତନଙ୍କ ବିଦେଶୀ କୁକୁର। ୨୦ରୁ ଅଧିକ ବିଦେଶୀ କୁକୁର ପାଳିଥିଲେ ସନାତନ। ଏହି କୁକୁରମାନେ ପୂରା ଅଞ୍ଚଳରେ ପ୍ରହରା ଦେଉଥିଲେ। ଆଜି ଉଚ୍ଛେଦ ପ୍ରକ୍ରିୟା ବେଳେ ଉକ୍ତ କୁକୁର ଓ ଗାଈଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ପୂର୍ବ ପ୍ରସ୍ତୁତି ମୁତାବକ ଆଜି ସକାଳ ପ୍ରାୟ ୬ଟାରେ ଉଚ୍ଚବାଲିରେ ଥିବା ବେଆଇନ ପାଚେରୀ ଭଙ୍ଗା ଯାଇଥିଲା। ଏହି ଉଚ୍ଛେଦ ପ୍ରକ୍ରିୟା ଖରା ଯୋଗୁଁ ସାଢେ ୧୧ଟା ପରେ ବନ୍ଦ ରହିଥିଲା।  ପ୍ରାୟ ସାଢେ ତିନିଟାରୁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆସନ୍ତାକାଲି ସୁଦ୍ଧା ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଜବର ଦଖଲ ଉଚ୍ଛେଦବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ୮ଜଣ ମାଜିଷ୍ଟ୍ରେଟଙ୍କୁ ମୁତୟନ କରାଯାଇଛି। ଘଟଣାସ୍ଥଳରେ  ନିଜେ ଏସପି ଉପସ୍ଥିତ ରହି ଉଚ୍ଛେଦ କାମ ତଦାରଖ  କରିବା ସହ ୨୫ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି।

Related story