ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚମ୍ପୁଆ ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ମାରାଥନ ଜେରା। ବେଆଇନ ଲୁହାପଥର ଖଣି ଲିଙ୍କରେ ତାଙ୍କୁ ଇଡି ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ସନା କହିଛନ୍ତି,“କିଛି ଜେରା ହୋଇନି। କେବଳ କାଗଜପତ୍ର ଦେଖାଇଲି।”
ଶାହା କମିଶନଙ୍କ ମାଇନିଂ ସ୍କାମ୍ ରିପୋର୍ଟ ଆଧାରରେ ଇଡି ମାଇନିଂ ସ୍କାମ୍ ତଦନ୍ତ କରୁଥିବା ବେଳେ ସନାତନଙ୍କ ଟ୍ରାନ୍ସପୋର୍ଟ ‘ମାଆ କୁଆଁରୀ ଟ୍ରାନ୍ସପୋର୍ଟ ଏଜେନସି’ ଏକାଧିକ ସଂସ୍ଥା ପାଇଁ ଲୁହାପଥର ପରିବହନ କରୁଥିଲା। ଏ ସମ୍ପର୍କରେ ଜାଣିବା ପାଇଁ ତାଙ୍କୁ ଡକାଯାଇଛି। ଏନେଇ ଇଡି ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆଇନ ବଳରେ ମାମଲା ରୁଜୁ କରିଛି। ୨୦୧୫ ଜୁଲାଇ ୯ ତାରିଖରେ ଇଡି ମାଇନିଂ ସ୍କାମ୍ ଲିଙ୍କରେ ବିଭିନ୍ନ ଖଣି କମ୍ପାନୀ ସହ ଟ୍ରାନପୋର୍ଟ ଏଜେନ୍ସି ମାଆ କୁଆଁରୀ ଉପରେ ଚଢାଉ କରି ମାମଲା କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।