ବାଲୁକା କଳା ମାଧ୍ୟମରେ ନିଶାଠାରୁ ଦୂରରେ ରହିବାକୁ ସଚେତନତା

ପୁରୀ: ଆଜି ବିଶ୍ୱ କ୍ୟାନସର ଦିବସ।  ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ମାନସ କୁମାର ସାହୁ ୧୦ଫୁଟ ଉଚ୍ଚତାର ବାଲୁକା କଳା ନିର୍ମାଣ କରିଛନ୍ତି। ତମାଖୁର ବ୍ୟବହାର ଦ୍ୱାରା କ୍ୟାନସର ବ୍ୟାପିବା, ନିଶାଦ୍ରବ୍ୟକୁ ବର୍ଜନ କଲେ ଏଥିରୁ ମୁକ୍ତି ପାଇବା ଏଭଳି ସଚେତନତା ବାର୍ତ୍ତା ସେ ଦେଇଛନ୍ତି।  ନିଜର ଇଚ୍ଛା ଶକ୍ତି ଦ୍ୱାରା ନିଶାଦ୍ରବ୍ୟ ତ୍ୟାଗ କରି  ସୁନ୍ଦର ସ୍ୱାସ୍ଥ୍ୟବାନ ଜୀବନ ଅତିବାହିତ କରିପାରିବେ ବୋଲି ନିଜ ବାଲୁକା କଳା ମାଧ୍ୟମରେ ମାନସ ସାହୁ ନିଖୁଣ ଭାବେ ଦର୍ଶାଇଛନ୍ତି।