ସୁର୍ଦଶନଙ୍କ ବାଲୁକା କଳାରେ ଥ୍ରୀଡି ଇଫେକ୍ଟ
- Published: Saturday, 21 April 2018
- , Updated: 21 April 2018, 09:25 AM IST
<p>ପୁରୀ( ଓଡ଼ିଶା ରିପୋର୍ଟର): ପୁଣି ବାଲିରେ ତାଙ୍କର ଯାଦୁ ଦେଖାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଥ୍ରୀଡି ଇଫେକ୍ଟ ମାଧ୍ୟମରେ ବେଳାଭୂମିରେ ନିଜର ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ଏଥିରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ପରିବେଶ ପ୍ରଦୂଷଣର କୁପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ସହ ପରିବେଶ ସୁରକ୍ଷା ପାଇଁ ଆଗଭର ହେବାକୁ ସେ ବାଲୁକା କଳା ମାଧ୍ୟମରେ ଜଣାଇଛନ୍ତି। ସୁଦର୍ଶନଙ୍କ ଏହି କଳାକୃତି ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।</p>