ବାଲୁକା କଳାରେ ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ। ଏହି ଅବସରରେ ପୁରୀ ବେଳାଭୂମିରେ ତାଙ୍କର ଏକ ବାଲୁକା କଳା ନିର୍ମାଣ କରାଯାଇଛି। ଏହାକୁ ୫ ଟନ୍‌ ବାଲିରେ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ।

ସର୍ଦ୍ଦାର ବଲ୍ଲଭ ଭାଇଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ମଧ୍ୟ ପାଳନ କରାଯାଉଛି।  ତେଣୁ ଦେଶର ଏକତା ରକ୍ଷା ଲାଗି ସମସ୍ତେ ଆଗେଇ ଆସିବାକୁ ଏହି ବାଲୁକା କଳା ମାଧ୍ୟମରେ ଆହ୍ୱାନ ଦିଆଯାଇଛି।