ପୁରୀ(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ପରେ ବାଲୁକାକଳା ମାଧ୍ୟମରେ ଶୋକ ବ୍ୟକ୍ତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା କରି ସୁଷମାଙ୍କୁ ଏକ ପୁସ୍ତକର ଗୋଟିଏ ପାର୍ଶ୍ୱରେ ପ୍ରଦର୍ଶିତ କରିଥିବା ବେଳେ ଅପର ପାର୍ଶ୍ୱରେ ଭାରତ ମାନଚିତ୍ରକୁ ପ୍ରଦର୍ଶିତ କରିଛନ୍ତି। ବାଲୁକା କଳାରେ ୩୭୦ ଧାରାକୁ ନେଇ ସୁଷମାଙ୍କ ଶେଷ ଟୁଇଟ୍ ମଧ୍ୟ ପ୍ରଦର୍ଶିତ ହୋଇଛି।
ଖାସ୍ କରି ସୁଷମାଙ୍କୁ ନେଇ ସୁଦର୍ଶନ କରିଥିବା ଏହି ବାଲୁକା କଳା ଦେଖିବାକୁ ରାଜ୍ୟପାଲ ପ୍ରଫେସର ଗଣେଶୀଲାଲ ନିଜ ପରିବାର ସହ ବେଳାଭୂମିରେ ପହଞ୍ଚିଥିଲେ।
ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତରେ ବାଲୁକାକଳା ମାଧ୍ୟମରେ ଶୋକବ୍ୟକ୍ତ କରିଛନ୍ତି କାଲୁକା ଶିଳ୍ପୀ ମାନସ ସାହୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଭବଙ୍କ ପାଇଁ ଅଡୁଆ ବଢିଲା; ଯୋଡି ହେଲା ଆଉ ୩ ମାମଲା
ଆଜି ସକାଳେ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଯାଜପୁର ଜିଲ୍ଲା ଧର୍ମଶାଳା ବୁଢ଼ାପୋଲରେ ପହଞ୍ଚିଥିଲା। ଯେଉଁଠି ୨୦ ତାରିଖ ସଂଧ୍ୟାରେ ବିଧାୟକ ହିମାଂଶୁଙ୍କ ଉପରେ ଠେଙ୍ଗାବାଡ଼ି ଧରି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା।
Crime
ଲୁଟ୍ରେ ଯାଇଥିଲା ମହିଳାଙ୍କ ଜୀବନ; ୧୨ ଦିନ ପରେ ଝାରଖଣ୍ଡରୁ ଧରାପଡ଼ିଲା ଲୁଟେରା
ଏୟାଫିଲ୍ଡ ଥାନା ଲବଣଗିରି ଛକରେ ରାସ୍ତା ଶୂନ୍ଶାନ ଦେଖି ୟୁ.ବିଷ୍ଣୁ ପାତ୍ରଙ୍କ ବେକରେ ପଡ଼ିଥିବା ସୁନା ଚେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ରାଜା। ହେଲେ ୟୁ.ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ।
Crime
ଶ୍ୱଶୁର ଘର ଆଗରେ ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।
Accident
ଗଛରେ ପିଟିହେଲା ପିକ୍ଅପ୍; ୨ ଜଣଙ୍କ ମୃତ୍ୟୁ
ଆଜି ଅପରାହ୍ନ ପ୍ରାୟ ସାଢ଼େ୨ଟା ହେବ। ପାଟଣାଗଡ଼ରୁ ପଦ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ପିକ୍ଅପ୍ ଭ୍ୟାନ୍ଟି ପଢେଲ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲା।