ଅତିରିକ୍ତ ତହସିଲଦାର ଓ ୩ ଆରଆଇଙ୍କୁ ନିସ୍ତୁକମାଡ଼

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ବାଲି ଚୋରା ଚାଲାଣ ବେଳେ ଚଢ଼ାଉ କରିବାକୁ ଯାଇଥିବା ଅତିରିକ୍ତ ତହସିଲଦାର ଓ ୩ ଜଣ ଆରଆଇଙ୍କୁ ନିସ୍ତୁକ ପିଟିଲେ ବାଲି ମାଫିଆ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାରେ। ଆଜି ଭୋରରେ ଗଞ୍ଜାମ ତହସିଲ ମାଳି ଜଗନ୍ନାଥପୁର ଗାଁ ନିକଟ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା। ଏହି ସମୟରେ ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇ ସେଠାରେ ଚଢ଼ାଉ କରିଥିଲେ। ହେଲେ ବାଲି ମାଫିଆମାନେ ସେମାନଙ୍କୁ […]

tahasil office

Jitendra Garnayak
  • Published: Sunday, 08 May 2022
  • , Updated: 08 May 2022, 01:35 PM IST

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ବାଲି ଚୋରା ଚାଲାଣ ବେଳେ ଚଢ଼ାଉ କରିବାକୁ ଯାଇଥିବା ଅତିରିକ୍ତ ତହସିଲଦାର ଓ ୩ ଜଣ ଆରଆଇଙ୍କୁ ନିସ୍ତୁକ ପିଟିଲେ ବାଲି ମାଫିଆ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାରେ।

ଆଜି ଭୋରରେ ଗଞ୍ଜାମ ତହସିଲ ମାଳି ଜଗନ୍ନାଥପୁର ଗାଁ ନିକଟ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା। ଏହି ସମୟରେ ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇ ସେଠାରେ ଚଢ଼ାଉ କରିଥିଲେ। ହେଲେ ବାଲି ମାଫିଆମାନେ ସେମାନଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ।

ଆକ୍ରମଣର ଶିକାର ହୋଇଥିବା ଚାରି ଅଧିକାରୀ ହେଉଛନ୍ତି- ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା। ସେମାନଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଗଞ୍ଜାମ ଥାନା ପୁଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story