ଟ୍ରାକ୍ଟର ଚଢ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ

ଯାଜପୁର(ଓଡ଼ିଶା ରିପୋର୍ଟର): ଗାଡ଼ି ମଡ଼ାଇ ତହସିଲଦାରଙ୍କୁ ବାଲି ମାଫିଆ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁରରେ। ତହସିଲଦାରଙ୍କ ନାଁ ଅବିନାଶ ବିଶ୍ୱଜିତ ସେଠୀ। ବିଶ୍ୱଜିତ ଦଶରଥପୁରରେ ତହସିଲଦାର ଅଛନ୍ତି। ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ କସପାଳ ପଞ୍ଚାୟତର ପଲ୍ଲାସାହି ଘାଟରୁ ବାଲି ଚୋରି ହେଉଥିବା ଖବର ପାଇ ତହସିଲଦାର ସେଠାକୁ ଯାଇ ଥିଲେ। ବାଲିମାଫିଆମାନେ ତହସିଲଦାର ଆସୁଥିବା ଖବର ପାଇ ବାଲିଘାଟରୁ ଗାଡ଼ି ନେଇ […]

jajpur

Tapaswini Nayak
  • Published: Thursday, 31 March 2022
  • , Updated: 31 March 2022, 12:13 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ଗାଡ଼ି ମଡ଼ାଇ ତହସିଲଦାରଙ୍କୁ ବାଲି ମାଫିଆ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁରରେ। ତହସିଲଦାରଙ୍କ ନାଁ ଅବିନାଶ ବିଶ୍ୱଜିତ ସେଠୀ। ବିଶ୍ୱଜିତ ଦଶରଥପୁରରେ ତହସିଲଦାର ଅଛନ୍ତି।

ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ କସପାଳ ପଞ୍ଚାୟତର ପଲ୍ଲାସାହି ଘାଟରୁ ବାଲି ଚୋରି ହେଉଥିବା ଖବର ପାଇ ତହସିଲଦାର ସେଠାକୁ ଯାଇ ଥିଲେ। ବାଲିମାଫିଆମାନେ ତହସିଲଦାର ଆସୁଥିବା ଖବର ପାଇ ବାଲିଘାଟରୁ ଗାଡ଼ି ନେଇ ଚମ୍ପଟ ମାରିଥିଲେ। ହେଲେ ଗୋଟିଏ ଟ୍ରାକ୍ଟର ଧରା ପଡ଼ିଥିଲା। ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗାଡ଼ି ମାଲିକ ସେଠାରେ ପହଞ୍ଚି ତହସିଲଦାରଙ୍କୁ କ୍ଷମା ମାଗିଥିଲା। ହେଲେ ତହସିଲଦାର ଗାଡ଼ିକୁ ଥାନାକୁ ନେବା ଲାଗି ମାଲିକକୁ କହିଥିଲେ।

ଏହି ସମୟରେ ତହସିଲଦାର ନଦୀ ବନ୍ଧ ଉପରେ ଠିଆ ହୋଇଥିଲେ। ଟ୍ରାକ୍ଟର ମାଲିକ ଗାଡ଼ିକୁ ଥାନାକୁ ନେବା ପରିବର୍ତ୍ତେ  ତହସିଲଦାରଙ୍କ ଉପରକୁ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ। ନିଜ ଜୀବନ ବଞ୍ଚାଇବାକୁ ତହସିଲଦାର ନଦୀକୁ ଡେଇଁ ପଡ଼ିଥିଲେ। ଏହା ଦେଖି  ଟ୍ରାକ୍ଟର ମାଲିକ  ଗାଡ଼ି ନେଇ ସେଠାରୁ ଫେରାର ହୋଇଯାଇଥିଲା।  ନଦୀରେ ପାଣି ନଥିବାରୁ କିଛି ସମୟ ପରେ ତହସିଲଦାର ଚାଲିଚାଲି କୂଳକୁ ଆସିଥିଲେ।

ଏହି ଘଟଣା ସମ୍ପର୍କରେ ତହସିଲଦାର ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗାଡ଼ିକୁ ଜବତ କରିବା ସହ ଏହି ଘଟଣାରେ ଜଣେ   ଅଭିଯୁକ୍ତକୁ ଗିରଫ କରିଛି।

 

Related story