ବ୍ଲାକ ପାଗୋଡା ହେବ ବାଲିମୁକ୍ତ, ହେଲା ପୂଜାର୍ଚ୍ଚନା

କୋଣାର୍କ (ସଞ୍ଜୟ ପତି): ବହୁ ପ୍ରତୀକ୍ଷା ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବା ବ୍ଲାକ ପାଗୋଡାରୁ ଆଜି ବାଲିକଢା କାମର ଶୁଭାରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ପକ୍ଷରୁ ଏଥିନିମନ୍ତେ ଭୂମି ପୂଜନ କରାଯାଇଛି। ଉନ୍ନତ ବୈଷୟିକ ଜ୍ଞାନକୌଶଳର ବିନିଯୋଗ କରି ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବାକୁ ଯୋଜନା ହୋଇଛି । ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି । ବାଲି […]

konark

konark

Niharika Rout
  • Published: Thursday, 08 September 2022
  • Updated: 08 September 2022, 03:01 PM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ବହୁ ପ୍ରତୀକ୍ଷା ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବା ବ୍ଲାକ ପାଗୋଡାରୁ ଆଜି ବାଲିକଢା କାମର ଶୁଭାରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ପକ୍ଷରୁ ଏଥିନିମନ୍ତେ ଭୂମି ପୂଜନ କରାଯାଇଛି। ଉନ୍ନତ ବୈଷୟିକ ଜ୍ଞାନକୌଶଳର ବିନିଯୋଗ କରି ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବାକୁ ଯୋଜନା ହୋଇଛି । ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

ବାଲି କାଢ଼ିବା ପାଇଁ ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ  BDR ନିର୍ମାଣ ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ କଂପାନୀକୁ ଟେଣ୍ଡର ଦିଆଯାଇଛି । କଂପାନୀକୁ ଏହି ଟେଣ୍ଡର ମିଳିଛି । ତେବେ ଘରୋଇ କଂପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ ଓ ବାଲି କାଢିବା କାର୍ଯ୍ୟରେ ASIର କର୍ମଚାରୀମାନେ ନିୟୋଜିତ ହେବେ ବୋଲି କୁହାଯାଇଛି ।

ବୈଷୟିକ ଜ୍ଞାନ କୌଶଳ ଲାଗି ଘରୋଇ କଂପାନୀ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଛି । ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ପଟୁ ଗର୍ତ୍ତ କରି ଗର୍ଭଗୃହରୁ ବାଲି କଢାଯିବ ବୋଲି ASI ସୁପରିଣ୍ଟଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି,ଏହି କାମ ଆରମ୍ଭ ପାଇଁ ଗତ ୨ ବର୍ଷ ହେଲା ଆମେ କଠିନ ପରିଶ୍ରମ କରୁଛୁ। ବିଭିନ୍ନ ପ୍ରଫେସନାଲ ଲୋକ ତଥା ଇଞ୍ଜିନିୟରଙ୍କଠାରୁ ତଥ୍ୟ ସଂଗ୍ରହ କରୁଛୁ। ମନ୍ଦିର ଭିତରେ ଥିବା ବାଲି ବାହାର କରିବୁ । ୩ ଦ୍ୱାର ଓ ଏକ ଗର୍ଭଗୃହକୁ ଖୋଲି ଜଗମୋହନକୁ ସ୍ଥିର କରିବୁ। ଫଳରେ ପର୍ଯ୍ୟଟକ ଏହାର ଦର୍ଶନ କରିବାର ସୁଯୋଗ ପାଇପାରିବେ। ଆମେ ୩ ବର୍ଷରେ ଏହି କାମ ସାରିବା ପାଇଁ  ଟାର୍ଗେଟ ରଖୁଛୁ। ହେଲେ ଅଧିକ ସମୟ ବି ନେଇପାରେ।

[caption id="attachment_764834" align="aligncenter" width="650"]konark ଦକ୍ଷ ଇଞ୍ଜିନିୟରଙ୍କ ଟିମ୍‌ ନକ୍ସା ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରୁଛନ୍ତି ।[/caption]

୧୯୦୩ ମସିହାରେ ସୂର୍ଯ୍ୟ  ମନ୍ଦିରର ସୁରକ୍ଷା ପାଇଁ ଇଂରେଜମାନେ ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ । ବର୍ଷ ବର୍ଷ ଧରି  ବାଲି ଭର୍ତ୍ତି ହୋଇ ରହିଥିବାରୁ ତାହା କୋଣାର୍କର ସୁରକ୍ଷା ଉପରେ ଆଞ୍ଚ ଆଣୁଛି।  ବର୍ଷା ଦିନ ହେଲେ ଏହା ଶୁଖିବାକୁ ମାସ ମାସ ସମୟ ଲାଗୁଛି। ତେଣୁ ବ୍ଲାକ ପାଗୋଡ଼ାକୁ ବାଲିମୁକ୍ତ କରିବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି।

ମନ୍ଦିରର ଗର୍ଭଗୃହରେ ଥିବା ବାଲି ଦିନକୁ ଦିନ ଦବିବାରେ ଲାଗିଛି। ଯାହାକି କୋଣାର୍କର ଭିତ୍ତିଭୂମି ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ଦିନ ପୂର୍ବେ ହାଇକୋର୍ଟ ମଧ୍ୟ କୋଣାର୍କର ସୁରକ୍ଷା ନେଇ ଏଏସଆଇଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ ।

ଏହାପରେ ଆଜି ଏଏସଆଇ କର୍ତ୍ତୃପକ୍ଷ ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ମେସିନାରୀ ୱାର୍କିଂ ପ୍ଲାଟଫର୍ମ ପାଇଁ ଏକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ ନିର୍ମାଣ କାର୍ଯ୍ୟ ମଧ୍ୟ ଆଜି ଆରମ୍ଭ ହୋଇଛି। ମନ୍ଦିରର ପଶ୍ଚିମପଟେ ଏକ ସ୍ୱୟଂଚାଳିତ ମେସିନାରୀ ପ୍ଲାଟଫର୍ମ ନିର୍ମାଣ କରାଯାଉଛି। ଏଥିରେ ଲିଫ୍ଟ, ଟ୍ରଲି ରହିଛି। ମନ୍ଦିର ଗର୍ଭ ଗୃହରୁ ଯେପରି ବାଲି ଓ ପଥର ସହଜରେ ତଳକୁ କାଢ଼ି ତାକୁ ଅନ୍ୟତ୍ର ନିଆଯାଇପାରିବ, ସେ ବ୍ୟବସ୍ଥା ସେଥିରେ ରହିବ । ଏହାର ଅବଧୀ ୩ ବର୍ଷ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story