ସନ୍ଦୀପ କୁମାର ଗୁପ୍ତା ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ (ଅର୍ଥ) ଭାବେ ଦାୟିତ୍ୱ ନେଲେ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସନ୍ଦୀପ କୁମାର ଗୁପ୍ତା ଇଣ୍ଡିଆନ ଅଏଲ କର୍ପୋରେସନର ନିର୍ଦ୍ଦେଶକ (ଅର୍ଥ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ, ଇଣ୍ଡିଆନ୍ ଅଏଲର କର୍ପୋରେଟ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କର୍ପୋରେଟ ଫାଇନାନ୍ସ) ଏବଂ ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ଶ୍ରୀ ଗୁପ୍ତା ପୂର୍ବରୁ କର୍ପୋରେଟ ଆକାଉଣ୍ଟସ୍, ଟ୍ରେଜେରୀ, ନିବେଶ ମୂଲ୍ୟାଙ୍କନ ଏବଂ ବିପଦ ପରିଚାଳନା ବିଭାଗର ମୁଖ୍ୟ ଅଧିକାରୀ (ଅତିରିକ୍ତ ଦାୟିତ୍ୱ) ଭାବେ କାର୍ଯ୍ୟ କରୁଥିଲେ। ଜଣେ ବାଣିଜ୍ୟ ସ୍ନାତକ ଏବଂ […]

SANDEEP-GUPTA-APPOINTED-DIRECTOR-FINANCE-OF-INDIAN-OIL

SANDEEP-GUPTA-APPOINTED-DIRECTOR-FINANCE-OF-INDIAN-OIL

Manoranjan Sial
  • Published: Tuesday, 06 August 2019
  • Updated: 06 August 2019, 09:01 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସନ୍ଦୀପ କୁମାର ଗୁପ୍ତା ଇଣ୍ଡିଆନ ଅଏଲ କର୍ପୋରେସନର ନିର୍ଦ୍ଦେଶକ (ଅର୍ଥ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ, ଇଣ୍ଡିଆନ୍ ଅଏଲର କର୍ପୋରେଟ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କର୍ପୋରେଟ ଫାଇନାନ୍ସ) ଏବଂ ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ଶ୍ରୀ ଗୁପ୍ତା ପୂର୍ବରୁ କର୍ପୋରେଟ ଆକାଉଣ୍ଟସ୍, ଟ୍ରେଜେରୀ, ନିବେଶ ମୂଲ୍ୟାଙ୍କନ ଏବଂ ବିପଦ ପରିଚାଳନା ବିଭାଗର ମୁଖ୍ୟ ଅଧିକାରୀ (ଅତିରିକ୍ତ ଦାୟିତ୍ୱ) ଭାବେ କାର୍ଯ୍ୟ କରୁଥିଲେ।

ଜଣେ ବାଣିଜ୍ୟ ସ୍ନାତକ ଏବଂ ଚାଟାର୍ଡ ଆକାଉଣ୍ଟ ଭାବେ ଶ୍ରୀ ଗୁପ୍ତାଙ୍କର ଇଣ୍ଡିଆନ ଅଏଲରେ ୩୧ ବର୍ଷର ଅଭିଜ୍ଞତା ରହିଆସିଛି। ଏହା ସହ ଗତ ଦୁଇ ଦଶନ୍ଧି ଧରି ଇଣ୍ଡିଆନ ଅଏଲର ଉତ୍ତର, ପଶ୍ଚିମ ଏବଂ ଉତ୍ତର-ପୂର୍ବ ଭାରତର ରିଫାଇନରୀ ଏକକଗୁଡ଼ିକର ଅର୍ଥ ଏବଂ ଲେଖାଙ୍କନ ସମ୍ବନ୍ଧୀୟ ବିଭିନ୍ନ ଦାୟିତ୍ୱଗୁଡ଼ିକୁ ସୂଚାରୁ ରୂପେ ପରିଚାଳନା କରିବା ସହ ଇଣ୍ଡିଆନ ଅଏଲର ରିଫାଇନରୀଜ୍ ମୁଖ୍ୟ
କାର୍ଯ୍ୟାଳୟ ଏବଂ କର୍ପୋରେଟ ଅଫିସରେ ହାଇଡ୍ରୋକାର୍ବନ ଚୁକ୍ତି, କର୍ପୋରେଟ ଆକାଉଣ୍ଟସ, ଯୋଜନା ଏବଂ ସମୀକ୍ଷା, ଟ୍ରେଜରୀ ପରିଚାଳନା, ଅର୍ଥନୈତିକ ସହମତି, ବିପଦ ପରିଚାଳନା ଆଦି କ୍ଷେତ୍ରରେ ତାଙ୍କର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି।

ସେ ଅନେକ ହିତାଧିକାରୀଙ୍କ ନିମନ୍ତେ ଅନୁକୂଳ ସ୍ୱଚ୍ଛ ପଦକ୍ଷେପ ମଧ୍ୟ ଆରମ୍ଭ କରିଛନ୍ତି ଯେପରିକି, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ପ୍ରଥମ ଏକୀକୃତ ବାର୍ଷିକ ରିପୋର୍ଟ ଏବଂ ତ୍ରୈମାସିକ ଆଧାରରେ ସମ୍ମିଳିତ ଆର୍ଥିକ ଫଳାଫଳ ଘୋଷଣା ଆଦି ଅନ୍ତର୍ଭୁକ୍ତ। ଇଣ୍ଡିଆନ ଅଏଲର ପୂର୍ଣ୍ଣ ସ୍ୱତ୍ତ୍ୱାଧିକାରୀ ବିଦେଶୀ ସହାୟକ କମ୍ପାନୀ, ଆଇଓସି ମଧ୍ୟ ପୂର୍ବ ଏଫ୍ଜେଡ୍ଇ ଏବଂ ଘରୋଇ ସଂଯୁକ୍ତ ଉଦ୍ୟୋଗ କମ୍ପାନୀ, ଇଣ୍ଡିଆନ ଅଏଲ ପେଟ୍ରୋନସ ପ୍ରାଇଭେଟ ଲିଃ ଆଦି କମ୍ପାନୀଗୁଡ଼ିକର ବୋର୍ଡ ସଦସ୍ୟ ଭାବେ ଶ୍ରୀ ଗୁପ୍ତାଙ୍କ ଉଚ୍ଚକୋଟୀର ଅଭିଜ୍ଞତା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos