ସଞ୍ଜୟ ନିର୍ଦ୍ଦୋଷ: ପ୍ରଦୀପ ସେଠୀ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଜେରୋ ଗାଡ଼ିକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ସୋମବାର ଏନେଇ ମୁହଁ ଖୋଲିଛନ୍ତି ଅର୍ଥତତ୍ତ୍ୱ ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀ। ଭୁବନେଶ୍ୱର କୋର୍ଟରେ ହାଜିରା ବେଳେ ସେ ସଞ୍ଜୟଙ୍କ ନାଁ ନ ନେଇ ଗଣମାଧ୍ୟମକୁ କହିଥିଲେ,“ସେ ନିର୍ଦ୍ଦୋଷ। ଅଯଥାରେ ଏହାକୁ ଇସ୍ୟୁ କରାଯାଉଛି। ପାଜେରୋ ନେଇ ଯେଉଁ ଅଭିଯୋଗ ଆସୁଛି ତାହା ମିଛ।” ସେ ଆହୁରି ମଧ୍ୟ କହିଥିଲେ,“ ପାଜେରୋ ପ୍ରସଙ୍ଗ ହେଉଛି ବିଗେଷ୍ଟ୍ ଜୋକ୍ ଅଫ୍ ଦ […]

pradip sethy

Rakesh Mallick
  • Published: Monday, 11 April 2016
  • , Updated: 11 April 2016, 06:01 PM IST

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଜେରୋ ଗାଡ଼ିକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ସୋମବାର ଏନେଇ ମୁହଁ ଖୋଲିଛନ୍ତି ଅର୍ଥତତ୍ତ୍ୱ ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀ। ଭୁବନେଶ୍ୱର କୋର୍ଟରେ ହାଜିରା ବେଳେ ସେ ସଞ୍ଜୟଙ୍କ ନାଁ ନ ନେଇ ଗଣମାଧ୍ୟମକୁ କହିଥିଲେ,“ସେ ନିର୍ଦ୍ଦୋଷ। ଅଯଥାରେ ଏହାକୁ ଇସ୍ୟୁ କରାଯାଉଛି। ପାଜେରୋ ନେଇ ଯେଉଁ ଅଭିଯୋଗ ଆସୁଛି ତାହା ମିଛ।”

ସେ ଆହୁରି ମଧ୍ୟ କହିଥିଲେ,“ ପାଜେରୋ ପ୍ରସଙ୍ଗ ହେଉଛି ବିଗେଷ୍ଟ୍ ଜୋକ୍ ଅଫ୍ ଦ ଇୟର।”

ତେବେ ମାର୍ଚ୍ଚ ୧୮ ତାରିଖରେ କିଛି ଅଲଗା କହିଥିଲେ ପ୍ରଦୀପ। ସେଦିନ କୋର୍ଟରେ ହାଜିରା ବେଳେ ସେ କହିଥିଲେ,“ କିଏ ଗାଡ଼ି ନେଇଛି କି ନାହିଁ ମୁଁ କହିପାରିବି ନାହିଁ। କଂପାନୀରେ ୫୧ ଜଣ ଡାଇରେକ୍ଟର ଥିଲେ। କିଏ କାହାକୁ ଗାଡ଼ି ଦେଇଛି କି କ’ଣ ତାହା ମୁଁ ଜାଣିନି। ମୁଁ ଜାଣିବାରେ ସେମିତି କିଛି ହୋଇନି। କିଛି ଲୋକଙ୍କୁ ଗାଡ଼ି ଦିଆଯିବା କଥା ସତ। ଯାହା ସତ୍ୟପାଠରେ ଅଛି ତାହା ଠିକ୍ କଥା। ଯଦି ଗାଡ଼ି ନିର୍ବାଚନ ପ୍ରଚାର ପାଇଁ ଯାଇଥିଲା ତା’ହେଲେ ମୁଁ ଭାବୁନି ସେଥିରେ କିଛି ଭୁଲ୍ ଅଛି। ଯାହା ବି ଗାଡ଼ି ଯାଇଛି ସେଥିରୁ କୌଣସିଟି ଆମେ କାହାରିକୁ ଉପହାରରେ ଦେଇ ନାହୁଁ।”

ସଞ୍ଜୟଙ୍କୁ ତାଙ୍କ କଂପାନୀ ଗାଡ଼ି ଦେଇଛି କି ନାହିଁ ନିର୍ଦ୍ଦିଷ୍ଟ ଭାବେ ପଚରାଯିବାରେ ସେ ସେଦିନ କହିଥିଲେ,“ଏ ପ୍ରସଙ୍ଗ କୋର୍ଟଙ୍କ ବିଚାରାଧୀନ ଥିବାରୁ ମୁଁ କିଛି କହିବାକୁ ଚାହୁଁନାହିଁ।”

ପ୍ରଦୀପଙ୍କ ଏପରି ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି। ପ୍ରଦୀପ କାହା ଚାପରେ ପଡ଼ି ବୟାନ ବଦଳାଉଛନ୍ତି ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ପ୍ରଦୀପ ସେଠୀ ଜଣେ ଅଭିଯୁକ୍ତ ଓ ମାମଲାରେ ଜଡିତ। ତାଙ୍କ କହିବାକୁ ନେଇ କ’ଣ ସିବିଆଇର ତଦନ୍ତ ଚାଲିବ। ସେ କାହା ନାଁ କହିବେ ସିବିଆଇ ତାଙ୍କୁ ଧରି ଆଣିବ। ପୁଣି ଯେତେବେଳେ ପ୍ରଦୀପ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ବୋଲି କହିବେ ସିବିଆଇ ତାଙ୍କୁ ଛାଡି ଦେବ?”

ସେ ଆହୁରି କହିଛନ୍ତି, ଚିଟ୍‌ଫଣ୍ଡ ମାମଲାର ତଦନ୍ତ ପ୍ରଥମେ ଓଡ଼ିଶା ପୋଲିସ ଓ କ୍ରାଇମବ୍ରାଞ୍ଚ କରିଥିଲେ। ସେତେବେଳେ ଘଟଣାକୁ ଚାପି ଦିଆଯାଇ ତଦନ୍ତ ବାଟବଣା କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସିବିଆଇ ଏହାର ତଦନ୍ତ କରୁଛି। ମାତ୍ର ଏହାର ତଦନ୍ତ ଯେଭଳି ହେବା କଥା ସିବିଆଇ କରିନାହିଁ। ସାନି ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଓଡ଼ିଶା ପୋଲିସ ଓ କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିଥିଲେ, ସିବିଆଇ ସେହିଠାରୁ ଆରମ୍ଭ କରିଥିଲା। ସେତେବେଳେ ସିବିଆଇ ପକ୍ଷରୁ କୁହାଯାଇଥିଲା କ୍ରାଇମବ୍ରାଞ୍ଚ ତଦନ୍ତର ତର୍ଜମା କରିବୁ। ହେଲେ କ୍ରାଇମବ୍ରାଞ୍ଚ ଓ ଓଡ଼ିଶା ପୋଲିସ ଚିଟ୍‌ଫଣ୍ଡ ଠକେଇରେ ବହୁ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇ ଥିଲେ, ଯାହା ଏବେ ପଦାକୁ ଆସୁଛି।”

ସେ କହିଛନ୍ତି, “ଶରତ ସାହୁଙ୍କୁ ଯେତେବେଳେ ଡାକି ସିବିଆଇ ଜେରା କଲା ତଦନ୍ତ ଭିନ୍ନ ମୋଡ଼ ନେଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ସାଲିସ ହୋଇଗଲା। ତା’ ପରଠାରୁ ସିବିଆଇ ତଦନ୍ତ ଅନ୍ୟ ଆଡକୁ ଚାଲିଗଲା। ସିବିଆଇ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଡାକି ଜେରା କରି ସତ୍ୟାସତ୍ୟ ବାହାର କରୁ।”

Related story