ଗଡିଲା ସଞ୍ଜିବନୀ ରଥ; ଘରକୁ ଘର ବୁଲି କରିବ କୋଭିଡ ଟେଷ୍ଟ

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ ବରିଷ୍ଠ ନାଗରିକଙ୍କ କୋଭିଡ୍ ଟେଷ୍ଟ ପାଇଁ ଗଡିଲା  ସଞ୍ଜିବନୀ ରଥ। ରାଉରକେଲା ଏଡିଏମ୍ ଓ ଆରଏମସି କମିଶନର ଏହାର ଶୁଭାରମ୍ଭ କରିଛନ୍ତି । ଏହି ଗାଡ଼ିରେ ଯାଉଥିବା ଟିମ୍‌ ସଦସ୍ୟ ରାଉରକେଲା ସହର ଏବଂ ଏହାର ଆଖ ପାଖ ଅଞ୍ଚଳରେ ଘରକୁ ଘର ଯାଇ ବରିଷ୍ଠ ନାଗରିମାନଙ୍କ କୋଭିଡ ଟେଷ୍ଟ କରିବେ । ରାଉରକେଲା ମହାନଗରର ସମସ୍ତ ୱାର୍ଡ ସମେତ, ବିଶ୍ରା, ଲାଠିକଟା ଆଦି ସ୍ଥାନମାନଙ୍କରେ ମଧ୍ୟ ଟେଷ୍ଟ କରାଯିବ । ଏ […]

rkl

Niharika Rout
  • Published: Monday, 24 August 2020
  • , Updated: 24 August 2020, 02:10 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ ବରିଷ୍ଠ ନାଗରିକଙ୍କ କୋଭିଡ୍ ଟେଷ୍ଟ ପାଇଁ ଗଡିଲା  ସଞ୍ଜିବନୀ ରଥ। ରାଉରକେଲା ଏଡିଏମ୍ ଓ ଆରଏମସି କମିଶନର ଏହାର ଶୁଭାରମ୍ଭ କରିଛନ୍ତି । ଏହି ଗାଡ଼ିରେ ଯାଉଥିବା ଟିମ୍‌ ସଦସ୍ୟ ରାଉରକେଲା ସହର ଏବଂ ଏହାର ଆଖ ପାଖ ଅଞ୍ଚଳରେ ଘରକୁ ଘର ଯାଇ ବରିଷ୍ଠ ନାଗରିମାନଙ୍କ କୋଭିଡ ଟେଷ୍ଟ କରିବେ ।

ରାଉରକେଲା ମହାନଗରର ସମସ୍ତ ୱାର୍ଡ ସମେତ, ବିଶ୍ରା, ଲାଠିକଟା ଆଦି ସ୍ଥାନମାନଙ୍କରେ ମଧ୍ୟ ଟେଷ୍ଟ କରାଯିବ । ଏ ସଂକ୍ରାନ୍ତରେ ରାଉରକେଲା ଏଡିଏମ୍‌ କହିଛନ୍ତି, ସମ୍ପୂର୍ଣ୍ଣ ରାଉରକେଲାରେ ଟେଷ୍ଟିଂ ବଢ଼ାଯାଉଛି। ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବରିଷ୍ଠ ନାଗରିକମାନଙ୍କୁ ଘରେ ରହିବାକୁ  ଅନୁରୋଧ କରାଯାଇଛି। ଏହି ଗାଡ଼ି ତାଙ୍କ ଘର ନିକଟକୁ ଯିବା ଦ୍ୱାରା ସେମାନେ ବିନା କୌଣସି ଅସୁବିଧାରେ ଟେଷ୍ଟିଂ କରାଇପାରିବେ। ଏଥିନିମନ୍ତେ ସେମାନେ  ଅଧିକ ସଂଖ୍ୟକ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିବେ ନାହିଁ, ଏବଂ ସଂକ୍ରମଣ ଆଶଙ୍କା ମଧ୍ୟ କମ‌ କରି ହେବ।

Related story