ଭଦ୍ରକ: ସାନ୍ତ୍ରାଗାଛି-ତିରୁପତି ଏକ୍ସପ୍ରେସ ଲାଇନ୍‌ଚ୍ୟୁତ

ଭଦ୍ରକ: ଭଦ୍ରକ ବାଉଦ୍‌ପୁର ଷ୍ଟେସନ ନିକଟରେ ସାନ୍ତ୍ରଗାଛିରୁ ତିରୁପତି ଯାଉଥିବା ସାନ୍ତ୍ରଗାଛି-ତିରୁପତି ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଟ୍ରେନ୍‌ର ପଛପଟରେ ଥିବା ପାର୍ସଲ ଭ୍ୟାନ୍‌ ଓ ତା’ ପାଖକୁ ଥିବା ଲକ ଜେନେରାଲ ବଗିର କିଛି ଅଂଶ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ଟି ଭଦ୍ରକ ଛାଡିବା ପରେ ସନ୍ଧ୍ୟା ପ୍ରାୟ ୮ଟା ୧୫ରେ ଏହି ଦୁର୍ଘଟଣା ଘଟିଥିଲା। ଭଦ୍ରକରୁ ଏକ ସ୍ୱତନ୍ତ୍ର ରିଲିଫ ଟ୍ରେନ ଦୁର୍ଘଟଣା ସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ କରିବା ପରେ ଟ୍ରେନ୍‌ଟି ଗନ୍ତବ୍ୟ […]

santragachhi-tirupati-express-drails

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 06:04 PM IST

ଭଦ୍ରକ: ଭଦ୍ରକ ବାଉଦ୍‌ପୁର ଷ୍ଟେସନ ନିକଟରେ ସାନ୍ତ୍ରଗାଛିରୁ ତିରୁପତି ଯାଉଥିବା ସାନ୍ତ୍ରଗାଛି-ତିରୁପତି ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଟ୍ରେନ୍‌ର ପଛପଟରେ ଥିବା ପାର୍ସଲ ଭ୍ୟାନ୍‌ ଓ ତା’ ପାଖକୁ ଥିବା ଲକ ଜେନେରାଲ ବଗିର କିଛି ଅଂଶ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ଟି ଭଦ୍ରକ ଛାଡିବା ପରେ ସନ୍ଧ୍ୟା ପ୍ରାୟ ୮ଟା ୧୫ରେ ଏହି ଦୁର୍ଘଟଣା ଘଟିଥିଲା। ଭଦ୍ରକରୁ ଏକ ସ୍ୱତନ୍ତ୍ର ରିଲିଫ ଟ୍ରେନ ଦୁର୍ଘଟଣା ସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ କରିବା ପରେ ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।

କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ କରିବାକୁ ରେଳବାଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Related story