ଶପଥ ନେଲେ ଛାତ୍ର ସଂସଦ ନିର୍ବାଚନର ବିଜୟୀ ପ୍ରାର୍ଥୀ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା ପରେ ଆଜି ବିଭିନ୍ନ କଲେଜରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଛାତ୍ର ସଂସଦର ବିଭିନ୍ନ ପଦବୀରେ ବିଜୟୀ ପ୍ରାର୍ଥୀ ନିଜ ନିଜ କଲେଜରେ ଶପଥପାଠ କରିଛନ୍ତି। ଭୁବନେଶ୍ୱରର ବିଜେବି କଲେଜ, ରମାଦେବୀ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ୬୮୬ କଲେଜ ଓ ୮ଟି ବିଶ୍ୱବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ନବ ନିର୍ବାଚିତ ଛାତ୍ର ନେତାମାନେ ଶପଥପାଠ କରିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପରେ ରେଭେନ୍ସାରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ […]

college

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 10:27 AM IST

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା ପରେ ଆଜି ବିଭିନ୍ନ କଲେଜରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଛାତ୍ର ସଂସଦର ବିଭିନ୍ନ ପଦବୀରେ ବିଜୟୀ ପ୍ରାର୍ଥୀ ନିଜ ନିଜ କଲେଜରେ ଶପଥପାଠ କରିଛନ୍ତି। ଭୁବନେଶ୍ୱରର ବିଜେବି କଲେଜ, ରମାଦେବୀ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ୬୮୬ କଲେଜ ଓ ୮ଟି ବିଶ୍ୱବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ନବ ନିର୍ବାଚିତ ଛାତ୍ର ନେତାମାନେ ଶପଥପାଠ କରିଛନ୍ତି।
ନିର୍ବାଚନ ଫଳାଫଳ ଘୋଷଣା ପରେ ରେଭେନ୍ସାରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ସେଠାରେ ସାଇନ ଏ ଡାଏ ଘୋଷଣା କରାଯାଇଛି।  ତେଣୁ ସେଠାରେ ଆଜି ଶପଥ ଗ୍ରହଣ ଉତ୍ସବ ହୋଇନାହିଁ। ସାଇନଏଡାଏ ଉଠିବା ପରେ ରେଭେନ୍ସାରେ ଶପଥ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Related story