ଖୁଡ଼ିକୁ ମାଡ଼ ମାରି ସରପଞ୍ଚ ପୁତୁରା ଗିରଫ

ଗଞ୍ଜାମ ( ଓଡ଼ିଶା ରିପୋର୍ଟର): ଗଂଜାମ ଜିଲ୍ଲା ଖଲିକୋଟ ବ୍ଳକ ତେନ୍ତୁଳିଆପଲ୍ଲୀର ସରପଞ୍ଚଙ୍କୁ ଗିରଫ କରିଛି ପୁଲିସ୍‌।  ଗିରଫ ସରପଞ୍ଚଙ୍କ ନାଁ ସୁଲୁ ସ୍ୱାଇଁ । ଖୁଡ଼ିଙ୍କୁ ମାଡ଼ ମାରିବା ସହ ଜୋର ଜବରଦସ୍ତ ସାଦା କାଗଜରେ ଦସ୍ତଖତ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କିଛି ଦିନ ତଳେ ଜଣେ ମହିଳାଙ୍କୁ  ପୁତୁରା ସୁଲୁ ସ୍ୱାଇଁ ଓ ତାଙ୍କ ବାପା ମାଡ ମାରିଥିବା ନେଇ  ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏହାସହ  […]

brhm-1..

brhm-1..

Niharika Rout
  • Published: Saturday, 07 September 2019
  • Updated: 07 September 2019, 08:09 AM IST

Sports

Latest News

ଗଞ୍ଜାମ ( ଓଡ଼ିଶା ରିପୋର୍ଟର): ଗଂଜାମ ଜିଲ୍ଲା ଖଲିକୋଟ ବ୍ଳକ ତେନ୍ତୁଳିଆପଲ୍ଲୀର ସରପଞ୍ଚଙ୍କୁ ଗିରଫ କରିଛି ପୁଲିସ୍‌।  ଗିରଫ ସରପଞ୍ଚଙ୍କ ନାଁ ସୁଲୁ ସ୍ୱାଇଁ । ଖୁଡ଼ିଙ୍କୁ ମାଡ଼ ମାରିବା ସହ ଜୋର ଜବରଦସ୍ତ ସାଦା କାଗଜରେ ଦସ୍ତଖତ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

କିଛି ଦିନ ତଳେ ଜଣେ ମହିଳାଙ୍କୁ  ପୁତୁରା ସୁଲୁ ସ୍ୱାଇଁ ଓ ତାଙ୍କ ବାପା ମାଡ ମାରିଥିବା ନେଇ  ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏହାସହ  ଜବରଦସ୍ତ ସାଧା କାଗଜରେ ଦସ୍ତଖତ କରାଇ ନେବାକୁ ଉଦ୍ୟମ କରାଯାଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା।

ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସେ  ଅଭିଯୋଗ କରିଥିଲେ ।  ଘଟଣା ପରେ ମହିଳା ଏବଂ ତାଙ୍କ ସ୍ୱାମୀ ଗଂଜାମ ଏସ୍‌ପିଙ୍କୁ ସାକ୍ଷାତ କରି ଗୁହାରି କରିବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos