‘ମୁଁ ଆମ ପଞ୍ଚାୟତରେ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛି’

ଛତ୍ରପୁର(ଆଲୋକ ଗୌଡ଼): କରୋନାକୁ ପ୍ରତିରୋଧ କରିବା ପାଇଁ  ଗଂଜାମ ଜିଲ୍ଲା  ବୁଗୁଡା ବ୍ଲକର ମାଣିତରା ଗ୍ରାମପଞ୍ଚାୟତରେ ସରପଞ୍ଚ ଶାନ୍ତିଲତା ନାୟକ ନିଜେ ପ୍ରଥମ କରି  ଜିଲ୍ଲାପାଳ କ୍ଷମତା ବ୍ୟବହାର କରିଛନ୍ତି। ସେ ନିଜ ମାଣିତରା ପଞ୍ଚାୟତକୁ  ଏକ ସପ୍ତାହ ଧରି  ଶଟ୍ ଡାଉନ୍ ଘୋଷଣା କରିଛନ୍ତି । ଗଂଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜାଣି ନିଜ ପଞ୍ଚାୟତକୁ ସୁରକ୍ଷିତ କରିବା ପାଇଁ ସେ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି […]

790

790

Tapas Behera
  • Published: Saturday, 09 May 2020
  • Updated: 09 May 2020, 06:14 PM IST

Sports

Latest News

ଛତ୍ରପୁର(ଆଲୋକ ଗୌଡ଼): କରୋନାକୁ ପ୍ରତିରୋଧ କରିବା ପାଇଁ  ଗଂଜାମ ଜିଲ୍ଲା  ବୁଗୁଡା ବ୍ଲକର ମାଣିତରା ଗ୍ରାମପଞ୍ଚାୟତରେ ସରପଞ୍ଚ ଶାନ୍ତିଲତା ନାୟକ ନିଜେ ପ୍ରଥମ କରି  ଜିଲ୍ଲାପାଳ କ୍ଷମତା ବ୍ୟବହାର କରିଛନ୍ତି। ସେ ନିଜ ମାଣିତରା ପଞ୍ଚାୟତକୁ  ଏକ ସପ୍ତାହ ଧରି  ଶଟ୍ ଡାଉନ୍ ଘୋଷଣା କରିଛନ୍ତି । ଗଂଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜାଣି ନିଜ ପଞ୍ଚାୟତକୁ ସୁରକ୍ଷିତ କରିବା ପାଇଁ ସେ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି ।

ମେଁ ୮ ତାରିଖ ଠାରୁ ମେଁ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ  ଏହି ଏହି ଶଟ୍‌ ଡାଉନ୍ ଜାରି ରହିବ । କେବଳ ଅତ୍ୟାବଶ୍ୟକ ଜିନିଷ ପତ୍ର ଆଣିବା ପାଇଁ ସକାଳ ୭ଟାରୁ ଦିନ ୧୧ ଖୋଲା ରହିବ ।  ଦିନ ୧୧ ଟାରୁ ପୁଣି ପରଦିନ ସକାଳ ୭ ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଶଟ୍‌ଡାଉନ୍ ରହିବ ବୋଲି ସରପଞ୍ଚ ପ୍ରତିନିଧି ବବୁଲ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି । ମାଣିତରା ପଞ୍ଚାୟତର ଆଖପାଖ ଗାଁ ନଗୁଡୁ , ଭୋଗଡା ଓ ମକରାପଲ୍ଲୀ ଗ୍ରାମରେ ଅନେକ ସୁରତ ଫେରନ୍ତା ଆସି ଏହି ଗ୍ରାମ ମାନଙ୍କରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଛନ୍ତି। ଯାହାକୁ ନେଇ ମାଣିତରା ପଞ୍ଚାୟତବାସୀ ପୂର୍ଣ୍ଣ ସମର୍ଥନ କରିଥିବା ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos