ସାରଥି ଆଶ୍ରମରେ ଯୁବକ ନିଖୋଜ ଘଟଣା: ମାମଲା କେନ୍ଦ୍ରାପଡା ପୋଲିସକୁ ହସ୍ତାନ୍ତର

ମାଲକାନଗିରି: ସାରଥି ଆଶ୍ରମକୁ ଆସି ନିଖୋଜ ହୋଇଥିବା ମାଲକାନଗିରିର ଯୁବକ ବାଲା ରାଜୁଙ୍କ ମାମଲାକୁ କେନ୍ଦ୍ରାପଡ଼ା ପୋଲିସକୁ ହସ୍ତାନ୍ତର କରାଯାଇଛି। ସାରଥି ବିବାଦ ସମ୍ପର୍କିତ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାରୁ ଏ କେଶ ମଧ୍ୟ ନେବାର ସମ୍ଭାବନା ରହିଛି। ଗତ ୧୧ ତାରିଖରେ ବାଲାରାଜୁଙ୍କ ମାଆ ସୁରିୟା ମାଲକାନଗିରି ଥାନାରେ ପୁଅ ୨୦୧୨ ଏପ୍ରିଲ ୧୬ରେ ବାରିମୂଳ ସାରଥି ଆଶ୍ରମକୁ ଯାଇ ସେବେଠୁ ଆଉ ଫେରି ନ ଥିବା ଅଭିଯୋଗ କରିଥିଲେ । ସେତେବେଳେ ଆଶ୍ରମ ଲୋକ […]

bala

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 05:58 PM IST

ମାଲକାନଗିରି: ସାରଥି ଆଶ୍ରମକୁ ଆସି ନିଖୋଜ ହୋଇଥିବା ମାଲକାନଗିରିର ଯୁବକ ବାଲା ରାଜୁଙ୍କ ମାମଲାକୁ କେନ୍ଦ୍ରାପଡ଼ା ପୋଲିସକୁ ହସ୍ତାନ୍ତର କରାଯାଇଛି। ସାରଥି ବିବାଦ ସମ୍ପର୍କିତ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାରୁ ଏ କେଶ ମଧ୍ୟ ନେବାର ସମ୍ଭାବନା ରହିଛି। ଗତ ୧୧ ତାରିଖରେ ବାଲାରାଜୁଙ୍କ ମାଆ ସୁରିୟା ମାଲକାନଗିରି ଥାନାରେ ପୁଅ ୨୦୧୨ ଏପ୍ରିଲ ୧୬ରେ ବାରିମୂଳ ସାରଥି ଆଶ୍ରମକୁ ଯାଇ ସେବେଠୁ ଆଉ ଫେରି ନ ଥିବା ଅଭିଯୋଗ କରିଥିଲେ । ସେତେବେଳେ ଆଶ୍ରମ ଲୋକ ବାଲାରାଜୁ ଆଶ୍ରମକୁ ଆସିଥିବା ସ୍ୱୀକାର କରିଥିଲେ ବି ସେ କୁଆଡେ ଗଲା କିଛି ଜାଣି ନ ଥିବା କହିଥିଲେ ବୋଲି ସୁରିଆ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ବାଲାରାଜୁ କେନ୍ଦ୍ରାପଡ଼ା ଅଞ୍ଚଳରେ ନିଖୋଜ ହୋଇଥିବା ସନ୍ଦେହ କରାଯାଉ ଥିବାରୁ କେନ୍ଦ୍ରାପଡ଼ା ପୋଲିସକୁ ମାମଲା ହସ୍ତାନ୍ତର କରାଯାଇଛି।

Related story