ସାରଥିଙ୍କ ଭଉଣୀ କହିଲେ ଷଡଯନ୍ତ୍ର ହୋଇଛି

କଳାହାଣ୍ଡି:  ସନ୍ତୋଷ ରାଉଲ ଓରଫ ସାରଥିଙ୍କ ଭଉଣୀ ପୁଷ୍ପଲତା ରାଉଳ କଳାହାଣ୍ଡି କେସିଙ୍ଗା ଅଞ୍ଚଳରେ ରହୁଥିବା ବେଳେ ତାଙ୍କ ଭାଇଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି। କେସିଙ୍ଗାର ଚାଞ୍ଚେର ଗାଁରେ ରହୁଥିବା ପୁଷ୍ପଲତା  କହିଛନ୍ତି ଯେ ତାଙ୍କ ଭାଇ ପିଲାଟି ଦିନରୁ ଈଶ୍ୱରବିଶ୍ୱାସୀ ଥିଲେ। ସାରଥି ଅବିବାହିତ ହୋଇଥିବା ବେଳେ ତାଙ୍କର କୌଣସି ନାରୀଙ୍କ ସହ ସଂପର୍କକୁ ସେ ବିଶ୍ୱାସ କରିପାରୁ ନାହାନ୍ତି। ପ୍ରତ୍ୟେକ ରାକ୍ଷୀ ପୂର୍ଣ୍ଣିମାରେ ସେ କେନ୍ଦ୍ରାପଡା ବାରିମୂଳ ଆଶ୍ରମ ଯାଇ […]

sarathi

Rakesh Mallick
  • Published: Wednesday, 12 August 2015
  • , Updated: 12 August 2015, 04:35 AM IST

କଳାହାଣ୍ଡି:  ସନ୍ତୋଷ ରାଉଲ ଓରଫ ସାରଥିଙ୍କ ଭଉଣୀ ପୁଷ୍ପଲତା ରାଉଳ କଳାହାଣ୍ଡି କେସିଙ୍ଗା ଅଞ୍ଚଳରେ ରହୁଥିବା ବେଳେ ତାଙ୍କ ଭାଇଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି। କେସିଙ୍ଗାର ଚାଞ୍ଚେର ଗାଁରେ ରହୁଥିବା ପୁଷ୍ପଲତା  କହିଛନ୍ତି ଯେ ତାଙ୍କ ଭାଇ ପିଲାଟି ଦିନରୁ ଈଶ୍ୱରବିଶ୍ୱାସୀ ଥିଲେ। ସାରଥି ଅବିବାହିତ ହୋଇଥିବା ବେଳେ ତାଙ୍କର କୌଣସି ନାରୀଙ୍କ ସହ ସଂପର୍କକୁ ସେ ବିଶ୍ୱାସ କରିପାରୁ ନାହାନ୍ତି। ପ୍ରତ୍ୟେକ ରାକ୍ଷୀ ପୂର୍ଣ୍ଣିମାରେ ସେ କେନ୍ଦ୍ରାପଡା ବାରିମୂଳ ଆଶ୍ରମ ଯାଇ ତାଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଏବଂ ସେଠାରେ କିଛି ଦିନ ରହିଥାନ୍ତି ବୋଲି ସେ କହିଛନ୍ତି। ସେହିଭଳି ସାରଥିଙ୍କ ପୁଅ କୁହାଯାଉଥିବା ସତ୍ୟମ ସମ୍ପର୍କରେ ମଧ୍ୟ ପୁଷ୍ପଲତା ସୂଚନା ଦେଇଛନ୍ତି। ସେ କହିଛନ୍ତି , ସତ୍ୟମକୁ  ପ୍ରାୟ ୬ / ୭ ମାସ ହୋଇଥିବା ବେଳେ ବଡ ଭାଇ ସାରଥି  ତାକୁ ଘରକୁ ଆଣିଥିଲେ। ତାଙ୍କ ମା’ ସତ୍ୟମର ଲାଳନପାଳନ କରିଥିଲେ। ତେବେ ତାକୁ ସାରଥି କେଉଁଠାରୁ ଆଣିଥିଲେ ତାହା ଜଣାନାହିଁ। ଅନ୍ୟ ପକ୍ଷରେ  ପୁଷ୍ପଲତାଙ୍କ ସ୍ୱାମୀ  କହିଛନ୍ତି ଯେ ଯଦି ସାରଥି ଦୋଷୀ ତା’ହେଲେ ଦଣ୍ଡ ପାଇବା ଉଚିତ।

 

 

Related story