ସାରଥି ବିବାଦ: ଆଜି ତୃତୀୟ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ  ହେବ

କଟକ: ଗତକାଲି ସାରଥିଙ୍କ ନାଁରେ ଅଭିଯୋଗ ଆଣି ଥିବା ମହିଳାଙ୍କ ବୟାନ ଆଜି ରେକର୍ଡ କରାଯିବ । ମହିଳା ଜଣକ ନିଜ ସମ୍ପର୍କୀୟଙ୍କ ସହ ଗତକାଲି ସନ୍ଧ୍ୟାରେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସାରଥି ତାଙ୍କ ମାଆଙ୍କ ସରଳତାର ସୁଯୋଗ ନେଇ ସାହାଯ୍ୟ କରିବାକୁ କହି ଘର କାଗଜପତ୍ର ଓ ବାହାଘର କରାଇଦେବାକୁ ୧ ଲକ୍ଷ ୧୫ ହଜାର ଟଙ୍କ। ସହ ଅଳଙ୍କ।ର ନେଇଯାଇଛନ୍ତି। ଏହାସହ […]

sarathi

Rakesh Mallick
  • Published: Friday, 21 August 2015
  • , Updated: 22 August 2015, 01:09 PM IST

କଟକ: ଗତକାଲି ସାରଥିଙ୍କ ନାଁରେ ଅଭିଯୋଗ ଆଣି ଥିବା ମହିଳାଙ୍କ ବୟାନ ଆଜି ରେକର୍ଡ କରାଯିବ । ମହିଳା ଜଣକ ନିଜ ସମ୍ପର୍କୀୟଙ୍କ ସହ ଗତକାଲି ସନ୍ଧ୍ୟାରେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସାରଥି ତାଙ୍କ ମାଆଙ୍କ ସରଳତାର ସୁଯୋଗ ନେଇ ସାହାଯ୍ୟ କରିବାକୁ କହି ଘର କାଗଜପତ୍ର ଓ ବାହାଘର କରାଇଦେବାକୁ ୧ ଲକ୍ଷ ୧୫ ହଜାର ଟଙ୍କ। ସହ ଅଳଙ୍କ।ର ନେଇଯାଇଛନ୍ତି। ଏହାସହ ତାଙ୍କୁ ଆଶ୍ରମରେ ଦୀର୍ଘବର୍ଷ ହେଲା ଖଟାଇ ଆସୁଥିଲେ। ସାରଥି ତାଙ୍କ ସହ ଖରାପ ଆଚରଣ ପ୍ରଦର୍ଶନ କରିବା ସହ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ମହିଳା ଜଣକ ତାଙ୍କ ଏତଲାରେ ଦର୍ଶାଇଛନ୍ତି।

ସେହିପରି ଆଉଜଣେ ମହିଳା ମଧ୍ୟ ଗତକାଲି ସାରଥିଙ୍କ ନାଁରେ ଓଟିଭି କ୍ୟାମେରାରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସାରଥିଙ୍କ ନାଁରେ ଏବେ ମଧ୍ୟ ତାଙ୍କୁ ତାଙ୍କ ସ୍ୱାମୀଙ୍କ ପକ୍ଷରୁ ଧମକ ଦିଆଯାଉଛି। ବିବାହ ପରେ ସାରଥିଙ୍କ ଆଶ୍ରମକୁ ଯିବାକୁ ସ୍ୱାମୀ ତାଙ୍କୁ ବାଧ୍ୟ କରୁଥିଲେ। ଏପରି କି ସାରଥିଙ୍କ ଲକେଟ୍ ନ ପିନ୍ଧିବାରୁ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ସାରଥି ଗିରଫ ହେବା ପରେ ପୂର୍ବ ଘଟଣା ସମ୍ପର୍କରେ କାହା ଆଗରେ ନ କହିବାକୁ ସ୍ୱାମୀ ତାଙ୍କୁ କହିବା ସହ ହତ୍ୟା ଧମକ ଦେଉଥିବା ମହିଳା ଅଭିଯୋଗ କରିଛନ୍ତି। ପୂର୍ବରୁ କେନ୍ଦ୍ରାପଡ଼ାର ଜଣେ ମହିଳା ବି ତାଙ୍କ ସ୍ୱାମୀଙ୍କ ନାଁରେ ସମାନ ଅଭିଯୋଗ ଆଣି କେନ୍ଦ୍ରାପଡ଼ା କୋର୍ଟରେ ନିଜ ବୟାନ ରେକର୍ଡ କରିଥିଲେ ।

Related story