କଟକ: ସାରଥିଙ୍କ ହାଇଦ୍ରାବାଦ ଲିଙ୍କର ଖୋଳତାଡ଼ ପାଇଁ ଆଜି ସେଠାକୁ ଯାଇଛି କ୍ରାଇମବ୍ରାଞ୍ଚର ଏକ ୩ଜଣିଆ ଟିମ । ହାଇଦ୍ରାବାଦରେ ପହଞ୍ଚି ଥିବା ଏହି ଟି ସେଠାରେ ଗୋଲକୁଣ୍ଡା ହୋଟେଲର ସିସି ଟିଭି ଫୁଟେଜ୍ ଯାଞ୍ଚ କରିବ। ଏହାଛଡା ସାରଥି ସେଠାରୁ ଅନ୍ୟ କେଉଁ ଆଡେ଼ ଯାଇଥିଲେ ସେ ନେଇ ମଧ୍ୟ ଯାଞ୍ଚ କରାଯିବ । ବିବାଦୀୟ ଯୁବତୀ ସହ ସାରଥି ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ରହିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଇଣ୍ଡିଗୋ ଫ୍ଲ।ଇଟରେ ହାଇଦ୍ରାବାଦ ଯିବା ପାଇଁ ସାରଥି ଓ ଜଣେ ମହିଳାଙ୍କ ନାଁରେ ବୁକ୍ ହୋଇଥିବା ଟିକଟ୍ ମଧ୍ୟ ପଦାକୁ ଆସିଥିଲା। ଏ ସମ୍ପର୍କରେ ଟ୍ରାଭେଲ ଏଜେଣ୍ଟକୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଥିଲା।
ସେପଟେ ସାରଥିଙ୍କ ଆଉ ୧୦ଟି ଆକାଉଣ୍ଟର ପତ୍ତା ପାଇଛି କ୍ରାଇମବ୍ରାଞ୍ଚ। ଏଥିରେ ୧୭ ଲକ୍ଷ ଟଙ୍କ। ରହିଥିବା ଜଣାପଡ଼ିଛି। ପୂର୍ବରୁ ମିଳିଥିବା ୨୩ଟି କାଉଣ୍ଟରେ ୨ କୋଟି ୫୫ ଲକ୍ଷ ଟଙ୍କ। ଜମା ଥିଲା। ସେପଟେ ସତ୍ୟମ ଚାରିଟେବୁଲ ଟ୍ରଷ୍ଟର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲାରେ ଇଡି କ୍ରାଇମବ୍ରାଞ୍ଚକୁ ତଥ୍ୟ ମାଗିଛି। ସାରଥୀଙ୍କ ଠାବ ସମ୍ପତ୍ତି ସମ୍ପର୍କିତ ସମସ୍ତ କାଗଜପତ୍ର ଇଡି କ୍ରାଇମବ୍ରାଞ୍ଚକୁ ମାଗିଛି।