ସାରଥି ବିବାଦ: ୧୭ରେ କଂଗ୍ରେସର ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ସାରଥୀ ଆଶ୍ରମକୁ ସରକାରୀ ଅନୁଦାନ ପ୍ରଦାନ ଅଭିଯୋଗ କରି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫ। ଦାବି କରାଯାଇଛି । ଆସନ୍ତା ୧୭ ତାରିଖରେ ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସୂଚନା ଦିଆଯାଇଛି । ଏହି ଦିନ କଂଗ୍ରେସ ଭବନରୁ ରାଜଭବନ ଯାଏଁ ଏକ ଶୋଭାଯାତ୍ରା କରାଯିବ। ଦଳ ଅଭିଯୋଗ କରିଛି ଯେ, ସାରଥି ଆଶ୍ରମକୁ ଗତ ୨୦୧୧, ଅକ୍ଟୋବର ୧୫ରେ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ସ୍ପେସାଲ ପ୍ରୋବ୍ଲେମ୍ […]

cong

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 04:51 AM IST

ଭୁବନେଶ୍ୱର: ସାରଥୀ ଆଶ୍ରମକୁ ସରକାରୀ ଅନୁଦାନ ପ୍ରଦାନ ଅଭିଯୋଗ କରି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫ। ଦାବି କରାଯାଇଛି । ଆସନ୍ତା ୧୭ ତାରିଖରେ ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସୂଚନା ଦିଆଯାଇଛି । ଏହି ଦିନ କଂଗ୍ରେସ ଭବନରୁ ରାଜଭବନ ଯାଏଁ ଏକ ଶୋଭାଯାତ୍ରା କରାଯିବ। ଦଳ ଅଭିଯୋଗ କରିଛି ଯେ, ସାରଥି ଆଶ୍ରମକୁ ଗତ ୨୦୧୧, ଅକ୍ଟୋବର ୧୫ରେ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ସ୍ପେସାଲ ପ୍ରୋବ୍ଲେମ୍ ଫଣ୍ଡରୁ ଆର୍ଥିକ ଅନୁଦାନ ଦିଆଯାଇଛି। ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମଞ୍ଜୁର କରାଯାଇଛି ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି। ଏହା ସହିତ ଶାସକ ଦଳର ବିଭିନ୍ନ ମନ୍ତ୍ରୀ ଓ ବିଧାୟକମାନେ ବେଆଇନ ଭାବେ ଲ୍ୟାଡ ଫଣ୍ଡରୁ ଅର୍ଥ ପ୍ରଦାନ କରିଛନ୍ତି ବୋଲି ପ୍ରସାଦ ଅଭିଯୋଗ କରିଛନ୍ତି।

Related story