ଛାଡ଼ୁନି ସାରଥି ମୋହ; ଫଟୋ ରଖି କଲେ ଭଜନ କରୁଥିଲେ, ପୁଲିସ ଦେଖି ପଳାଇଗଲେ

ଭଦ୍ରକ(ପାର୍ଥ ସାରଥି ନାୟକ): ଏବେ ବି ସାରଥି ମୋହ ଛାଡ଼ି ପାରୁ ନାହାନ୍ତି ବହୁ ଲୋକେ। ଏତେ ସବୁ ଘଟଣା ଘଟିବା ପରେ ବି ବହୁ ଲୋକ ସାରଥିଙ୍କ ଫଟୋ ରଖି ପୂର୍ବ ପରି ଭଜନ କୀର୍ତ୍ତନ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ମଠସାହି ଅଞ୍ଚଳରେ। ଗତକାଲି ସଂଧ୍ୟାରେ ଏକ ଘର ଭିତରେ ଆତ୍ମଘୋଷିତ ଭଗବାନ ସାରଥିଙ୍କ ଫଟୋ ରଖି ତାଙ୍କର କିଛି ଅନୁଗାମୀ ଭଜନ କୀର୍ତ୍ତନ କରୁଥିଲେ। ଏଥିରେ […]

sarathi00

Tapaswini Nayak
  • Published: Friday, 11 October 2019
  • , Updated: 11 October 2019, 03:24 PM IST

ଭଦ୍ରକ(ପାର୍ଥ ସାରଥି ନାୟକ): ଏବେ ବି ସାରଥି ମୋହ ଛାଡ଼ି ପାରୁ ନାହାନ୍ତି ବହୁ ଲୋକେ। ଏତେ ସବୁ ଘଟଣା ଘଟିବା ପରେ ବି ବହୁ ଲୋକ ସାରଥିଙ୍କ ଫଟୋ ରଖି ପୂର୍ବ ପରି ଭଜନ କୀର୍ତ୍ତନ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ମଠସାହି ଅଞ୍ଚଳରେ।

ଗତକାଲି ସଂଧ୍ୟାରେ ଏକ ଘର ଭିତରେ ଆତ୍ମଘୋଷିତ ଭଗବାନ ସାରଥିଙ୍କ ଫଟୋ ରଖି ତାଙ୍କର କିଛି ଅନୁଗାମୀ ଭଜନ କୀର୍ତ୍ତନ କରୁଥିଲେ। ଏଥିରେ ଅନେକ ମହିଳା ଓ ପୁରୁଷ ଅନୁଗାମୀ ସାମିଲ ହୋଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍‌ ସେହି ଘରେ ଚଢ଼ଉ କରିଥିଲା। ଚଢଉ ପରେ ସେଠାରୁ କିଛି ଭକ୍ତ ଫେରାର ହୋଇଯାଇଥିଲେ।

ସାରଥି ବାବାଙ୍କ ଭଜନ କୀର୍ତ୍ତନ ଉପରେ କଟକଣା ଲଗାଯିବା ସତ୍ତ୍ୱେ ସମ୍ପୃକ୍ତ ଅଞ୍ଚଳରେ କିଛି ଲୋକ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାରଥୀଙ୍କ ଭକ୍ତ ଆସି ପ୍ରତ୍ୟେକ ଦିନ ବାବାଙ୍କ ଭଜନ କୀର୍ତ୍ତନ ସହ ପ୍ରବଚନ କାର୍ଯ୍ୟକ୍ରମ କରୁଥିବା ଜଣାପଡ଼ିଛି।

Related story