Advertisment

ଆଇନ୍‌ ଭାଙ୍ଗିଥିଲେ ବି ମାଫ୍‌: ପୁଣି ଆସିଲା ‘ସର୍ବକ୍ଷମା ଯୋଜନା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଆଉ ଏକ ଥୋପ। ସହରାଞ୍ଚଳ ଭୋଟଙ୍କୁ ଆକୃଷ୍ଟ କରିବାକୁ ଆଣିଲେ ‘ସର୍ବକ୍ଷମା ଯୋଜନା’। ସରକାରୀ ଅନୁମୋଦନ ନନେଇ ବେଆଇନ ଭାବେ ଘର ନିର୍ମାଣ କରିଥିଲେ ଏହି ଯୋଜନାରେ ନିୟମିତ କରିପାରିବେ। ଘର ନିର୍ମାଣରେ ୩ ପ୍ରକାର ନିୟମ ରହିଛି। ପାର୍କିଂ, ସେଟ୍ ବ୍ୟାକ୍ ଅର୍ଥାତ ଘର ଚାରିପାଖେ ଅନୁମୋଦିତ ଖାଲି ସ୍ଥାନ ଓ ଫ୍ଳୋର ଏରିଆ ରେସିଓ ଉଲ୍ଲଂଘନ କ୍ଷେତ୍ରରେ ‘ସର୍ବକ୍ଷମା ଯୋଜନା’ରେ ଆବେଦନ କରାଯାଇପାରିବ। ପାର୍କିଂ ନିୟମ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆଇନ୍‌ ଭାଙ୍ଗିଥିଲେ ବି ମାଫ୍‌: ପୁଣି ଆସିଲା ‘ସର୍ବକ୍ଷମା ଯୋଜନା’

sarba khyama yojana in odisha

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଆଉ ଏକ ଥୋପ। ସହରାଞ୍ଚଳ ଭୋଟଙ୍କୁ ଆକୃଷ୍ଟ କରିବାକୁ ଆଣିଲେ ‘ସର୍ବକ୍ଷମା ଯୋଜନା’। ସରକାରୀ ଅନୁମୋଦନ ନନେଇ ବେଆଇନ ଭାବେ ଘର ନିର୍ମାଣ କରିଥିଲେ ଏହି ଯୋଜନାରେ ନିୟମିତ କରିପାରିବେ। ଘର ନିର୍ମାଣରେ ୩ ପ୍ରକାର ନିୟମ ରହିଛି। ପାର୍କିଂ, ସେଟ୍ ବ୍ୟାକ୍ ଅର୍ଥାତ ଘର ଚାରିପାଖେ ଅନୁମୋଦିତ ଖାଲି ସ୍ଥାନ ଓ ଫ୍ଳୋର ଏରିଆ ରେସିଓ ଉଲ୍ଲଂଘନ କ୍ଷେତ୍ରରେ ‘ସର୍ବକ୍ଷମା ଯୋଜନା’ରେ ଆବେଦନ କରାଯାଇପାରିବ। ପାର୍କିଂ ନିୟମ ଉଲ୍ଲଂଘନ ହୋଇଥିଲେ ଏହାକୁ ନିୟମିତ କରିବା ପାଇଁ ମହାନଗର ନିଗମ ଅଞ୍ଚଳରେ ରେଗୁଲେସନ ରେଟ୍‌ର ୪୦ ପ୍ରତିଶତ ଅଧିକ ଦେବାକୁ ପଡ଼ିବ। ମ୍ୟୁନିସିପାଲିଟି ପାଇଁ ୩୦ ପ୍ରତିଶତ, ଏନ୍ଏସି ପାଇଁ ୨୦ ଓ ଗ୍ରାମାଞ୍ଚଳରେ ୧୦ ପ୍ରତିଶତ ଅଧିକ ଚାର୍ଜ ଦେବାକୁ ପଡ଼ିବ। ୩୦୦ ବର୍ଗ ମିଟର ପର୍ଯ୍ୟନ୍ତ ଘରର ନିୟମିତକରଣ ପାଇଁ ପଡ଼ୋଶୀଙ୍କ NOCର ଆବଶ୍ୟକତା ନାହିଁ। ସେହିପରି ଫ୍ଲୋର ଏରିଆ ରେସିଓ ନିୟମ ଉଲ୍ଲଂଘନ ହୋଇଥିଲେ ଜମିର ବେଂଚମାର୍କ ଭେଲ୍ୟୁ ଅନୁସାରେ ଚାର୍ଜ ଦେବାକୁ ପଡ଼ିବ। ସର୍ବକ୍ଷମା ଯୋଜନାରେ ୬ ମାସ ଭିତରେ ଆବେଦନ କରାଯାଇପାରିବ। ଅନୁଧ୍ୟାନ ପରେ ଦୁଇ ମାସରେ ଭିତରେ ବେଆଇନ୍ ନିର୍ମାଣ ନିୟମିତ ହୋଇଯିବ।

Advertisment

ସର୍ବକ୍ଷମା ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ ଅଗ୍ନି ନିର୍ବାପନ ନିୟମ ଅନୁପାଳନ ହୋଇଥିବା ଆବଶ୍ୟକ। ସେହିପରି ସରକାରୀ ଜମି, ସର୍ବସାଧାରଣ ଓ ଘରୋଇ ରାସ୍ତା ଏବଂ ଡ୍ରେନ୍ ଉପରେ ଘର ନିର୍ମାଣ କରିଥିଲେ ତାହା ସର୍ବକ୍ଷମା ଯୋଜନାରେ ଆସିବ ନାହିଁ। ପୂର୍ବରୁ ୨୦୦୭-୦୮ରେ ସର୍ବକ୍ଷମା ଯୋଜନା ଆଣିଥିଲେ ରାଜ୍ୟ ସରକାର। ତେବେ ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ଏଭଳି ଯୋଜନା ଆଣିବା ଦ୍ୱାରା ବେଆଇନ୍ ଭାବେ ଘର ନିର୍ମାଣ କରୁଥିବା ଲୋକଙ୍କ ଉପରେ କିଭଳି ଅଙ୍କୁଶ ଲାଗିବ? ନିୟମିତ ଯୋଜନା ଭଳି ସର୍ବକ୍ଷମାକୁ ପ୍ରୋତ୍ସାହନ ଦିଆଯିବା ଦ୍ୱାରା ବେଆଇନ୍ ନିର୍ମାଣ ବଢ଼ିବ ନାହିଁ କି?

ସର୍ବକ୍ଷମା ଯୋଜନା ଅନେକ ବେଆଇନ୍ ନିର୍ମାଣକାରୀଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଅପେକ୍ଷା ଏହା ସହରୀ ଯୋଜନା ଉପରେ କଣ କୁପ୍ରଭାବ ପକାଉଛି।

Advertisment