ବେଆଇନ ଘର କରିଛନ୍ତି କି; ଭୟ କରନ୍ତୁନି, ନିଶ୍ଚିନ୍ତ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :ବେଆଇନ ନିର୍ମାଣକୁ ମାଫ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ସର୍ବକ୍ଷମା ଯୋଜନା’।  ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସହରାଞ୍ଚଳରେ ଅନୁମୋଦନ ହୋଇ ନ ଥିବା ଗୃହକୁ ସରକାରୀ ଭାବେ ଅନୁମୋଦନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା। ଏଥିରେ ବିନା ଅନୁମୋଦନରେ ହୋଇଥିବା ଗୃହକାର୍ଯ୍ୟକୁ ଅନୁମୋଦନ କରିବାରେ ସାହାଯ୍ୟ କରିବ। ଏହି ନୋଟିସ ଜାରି ପୂର୍ବରୁ ନିର୍ମାଣ ହୋଇଥିବା ଗୃହ ଏହି ଯୋଜନାରେ ସାମିଲ ହେବେ। ଏହି […]

house...

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 01:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :ବେଆଇନ ନିର୍ମାଣକୁ ମାଫ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ସର୍ବକ୍ଷମା ଯୋଜନା’।  ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସହରାଞ୍ଚଳରେ ଅନୁମୋଦନ ହୋଇ ନ ଥିବା ଗୃହକୁ ସରକାରୀ ଭାବେ ଅନୁମୋଦନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା। ଏଥିରେ ବିନା ଅନୁମୋଦନରେ ହୋଇଥିବା ଗୃହକାର୍ଯ୍ୟକୁ ଅନୁମୋଦନ କରିବାରେ ସାହାଯ୍ୟ କରିବ। ଏହି ନୋଟିସ ଜାରି ପୂର୍ବରୁ ନିର୍ମାଣ ହୋଇଥିବା ଗୃହ ଏହି ଯୋଜନାରେ ସାମିଲ ହେବେ।

ଏହି ଯୋଜନା ପାଇଁ ଗୃହ ମାଲିକଙ୍କୁ ନିର୍ଦ୍ଦିଷ୍ଟ ଅର୍ଥ ପ୍ରଦାନ କରିବାକୁ ପଡ଼ିବ। ଏହି ଯୋଜନାରେ ସମସ୍ତ ନିର୍ମାଣ କାର୍ଯ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପରିସୀମା ଭିତରେ ହେବା ସହ ଗଠନର ମାନ ଦୃଷ୍ଟିରୁ ନିରାପଦ ଏବଂ କୌଣସି ସାମାଜିକ ପ୍ରତିବନ୍ଧକ ସୃଷ୍ଟି କରୁ ନ ଥିବ। ଏହି ସୁବିଧାର ସୁଯୋଗ ନେବା ପାଇଁ ଗୃହ ମାଲିକମାନେ ସର୍ବକ୍ଷମା ଯୋଜନାରେ ସମ୍ପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଖରେ ଉଦ୍ଦିଷ୍ଟ ଫର୍ମରେ ଆବେଦନ କରିପାରିବେ।

 

 

Related story