ସର୍ଦ୍ଦାର ରାଜା ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ମାମଲା ସୁପ୍ରିମକୋର୍ଟରେ

କଳାହାଣ୍ଡି: ଜାରିଙ୍ଗସ୍ଥିତ ସର୍ଦ୍ଦାର ରାଜା ମେଡିକାଲ କଲେଜରୁ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ ମାମଲା ସୁପ୍ରିମକୋର୍ଟକୁ ଯାଇଛି । ଏହି କଲେଜକୁ ସରକାରୀ ମେଡିକାଲ କଲେଜ ଘୋଷଣା କରିବା ଦାବିରେ ଦୀର୍ଘଦିନରୁ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଜାରି ରଖିଥିଲା । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନ ସାମୟିକ ଭାବେ ପ୍ରତ୍ୟାହୃତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ସରକାର କୌଣସି ସ୍ଥାୟୀ ପଦକ୍ଷେପ ନେଇନାହାନ୍ତି । କଲେଜରେ ପଢୁଥିବା ୧୨୪ଜଣ ଛାତ୍ରଛାତ୍ରୀଙ୍କୁ ୧୪ଦିନ ମଧ୍ୟରେ ଓଡିଶାର ୩ଟି ଘରୋଇ […]

kalahandi

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 12:39 PM IST

କଳାହାଣ୍ଡି: ଜାରିଙ୍ଗସ୍ଥିତ ସର୍ଦ୍ଦାର ରାଜା ମେଡିକାଲ କଲେଜରୁ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ ମାମଲା ସୁପ୍ରିମକୋର୍ଟକୁ ଯାଇଛି । ଏହି କଲେଜକୁ ସରକାରୀ ମେଡିକାଲ କଲେଜ ଘୋଷଣା କରିବା ଦାବିରେ ଦୀର୍ଘଦିନରୁ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଜାରି ରଖିଥିଲା । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନ ସାମୟିକ ଭାବେ ପ୍ରତ୍ୟାହୃତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ସରକାର କୌଣସି ସ୍ଥାୟୀ ପଦକ୍ଷେପ ନେଇନାହାନ୍ତି । କଲେଜରେ ପଢୁଥିବା ୧୨୪ଜଣ ଛାତ୍ରଛାତ୍ରୀଙ୍କୁ ୧୪ଦିନ ମଧ୍ୟରେ ଓଡିଶାର ୩ଟି ଘରୋଇ କଲେଜକୁ ସ୍ଥାନାନ୍ତର ପାଇଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ ସର୍ଦ୍ଦାର ରାଜା ମେଡିକାଲ କଲେଜ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପୁଣି ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି । ଅନ୍ୟପକ୍ଷେ ଆସନ୍ତା ୨୮ରୁ ପୁଣିଥରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଗଣଧାରଣା ଦେବ ବୋଲି ଚେତାବନୀ ଦେଇଛି।

Related story