ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜରେ ନୂଆ ବିବାଦ: ହଷ୍ଟେଲ୍ ଫି' ପଇଠ କରିବାକୁ ଛାତ୍ରଛାତ୍ରୀଙ୍କୁ ନୋଟିସ୍

ଭବାନୀପାଟଣା/ଭୁବନେଶ୍ୱର: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ବିବାଦର ସମାଧାନର ବାଟ ବାହାରି ପାରୁ ନ ଥିବା ବେଳେ ପୁଣି ଦେଖାଦେଇଛି ନୂଆ ବିବାଦ। କଲେଜର ୧୨୪ ଛାତ୍ରଛାତ୍ରୀ କେଉଁଠି ପଢିବେ ତାକୁ ନେଇ ୩ମାସ ହେଲା ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ହେଷ୍ଟଲ ଫି ପୈଠ ଲାଗି ନୋଟିସ୍ ଜାରି କରାଯାଇଛି। ସେହିପରି କ୍ଲାସରେ ଉପସ୍ଥିତ ନ ରହିଲେ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ମଧ୍ୟ ନୋଟିସରେ ଉଲ୍ଲେଖ କରିଛନ୍ତି କଲେଜ କର୍ତ୍ତୃପକ୍ଷ। ଏମବିବିଏସ୍ […]

sardarraja

Rakesh Mallick
  • Published: Sunday, 15 November 2015
  • , Updated: 16 November 2015, 02:10 AM IST

ଭବାନୀପାଟଣା/ଭୁବନେଶ୍ୱର: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ବିବାଦର ସମାଧାନର ବାଟ ବାହାରି ପାରୁ ନ ଥିବା ବେଳେ ପୁଣି ଦେଖାଦେଇଛି ନୂଆ ବିବାଦ। କଲେଜର ୧୨୪ ଛାତ୍ରଛାତ୍ରୀ କେଉଁଠି ପଢିବେ ତାକୁ ନେଇ ୩ମାସ ହେଲା ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ହେଷ୍ଟଲ ଫି ପୈଠ ଲାଗି ନୋଟିସ୍ ଜାରି କରାଯାଇଛି। ସେହିପରି କ୍ଲାସରେ ଉପସ୍ଥିତ ନ ରହିଲେ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ମଧ୍ୟ ନୋଟିସରେ ଉଲ୍ଲେଖ କରିଛନ୍ତି କଲେଜ କର୍ତ୍ତୃପକ୍ଷ। ଏମବିବିଏସ୍ ଦ୍ୱିତୀୟ ବର୍ଷ କ୍ଲାସ ଆରମ୍ଭ ହୋଇଥିବା ବେଳେ କିଛି ଛାତ୍ରଛାତ୍ରୀ କ୍ଲାସକୁ ଆସୁ ନ ଥିବା ଏଥିରେ କୁହାଯାଇଛି। ସେହିପରି ହେଷ୍ଟଲରେ ରହି କ୍ଲାସ୍ କରୁ ନ ଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ୬୮ ହଜାର ୫୦୦ ଟଙ୍କା ଫି’ ବାବଦକୁ ଦେବାକୁ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ଛାତ୍ର ଏମ୍. ସମୀର କ୍ରିଷ୍ଣା ରେଡି କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ଅନ୍ୟ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ ସାରିଛନ୍ତି। ତା’ସତ୍ତ୍ୱେ କଲେଜ୍ କର୍ତ୍ତୃପକ୍ଷ ଫି’ ପଇଠ କରିବାକୁ ନୋଟିସ୍ ଜାରି କରିଛନ୍ତି। ଖାଲି ସେତିକି ନୁହେଁ, ସେମିଷ୍ଟାର କରାଇବାକୁ ମଧ୍ୟ ଧମକ ଦେଇଛନ୍ତି।

ଅନ୍ୟପକ୍ଷରେ କଲେଜ କର୍ତ୍ତୃପକ୍ଷ କହିଛନ୍ତି ଏଭଳି କୌଣସି ବିଜ୍ଞପ୍ତି ଜାରି କରାଯାଇନାହିଁ। ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ଅଧ୍ୟକ୍ଷ ଯୋଗେନ୍ଦ୍ର ପ୍ରସାଦ ବେହେରା କହିଛନ୍ତି ଯେ ସେମିତି କୌଣସି ନୋଟିସ୍ ଜାରି କରାଯାଇନାହିଁ।

ତେବେ  ନୋଟିସ ବୋର୍ଡକୁ କେମିତି ଏହି ନୋଟିସ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି।

Related story