ସରିଲା ଲୁଚକାଳି ଖେଳ, ବନ୍ଧା ହେଲେ ଶର୍ମିଷ୍ଠା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ବନ୍ଧା ହେଲେ ଶର୍ମିଷ୍ଠା ରାଉତ । ସରିଲା ଦୀର୍ଘ ଦିନର ଲୁଚକାଳି ଖେଳ । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ‘ସମ୍ପୂର୍ଣ୍ଣ’ ନାମକ ୱେବ ପୋର୍ଟାଲର ମୁଖ୍ୟ ଶର୍ମିଷ୍ଠା ରାଉତଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ  ଆଜି ସକାଳୁ  କ୍ରାଇମବ୍ରାଞ୍ଚ ଟିମ୍‌ ଓ ଭଦ୍ରକ ପୁଲିସ୍‌ ବାନ୍ଧିଥିବା ଜଣାଯାଇଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ କୋଲକତାରୁ ଭୁବନେଶ୍ୱର ଫେରୁଥିବା ବେଳେ ଉଭୟଙ୍କୁ ବସ୍‌ରୁ […]

sarmista rout

sarmista rout

Niharika Rout
  • Published: Monday, 28 March 2022
  • Updated: 28 March 2022, 04:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ବନ୍ଧା ହେଲେ ଶର୍ମିଷ୍ଠା ରାଉତ । ସରିଲା ଦୀର୍ଘ ଦିନର ଲୁଚକାଳି ଖେଳ । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ‘ସମ୍ପୂର୍ଣ୍ଣ’ ନାମକ ୱେବ ପୋର୍ଟାଲର ମୁଖ୍ୟ ଶର୍ମିଷ୍ଠା ରାଉତଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ  ଆଜି ସକାଳୁ  କ୍ରାଇମବ୍ରାଞ୍ଚ ଟିମ୍‌ ଓ ଭଦ୍ରକ ପୁଲିସ୍‌ ବାନ୍ଧିଥିବା ଜଣାଯାଇଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ କୋଲକତାରୁ ଭୁବନେଶ୍ୱର ଫେରୁଥିବା ବେଳେ ଉଭୟଙ୍କୁ ବସ୍‌ରୁ ହିଁ ମାଡ଼ିବସି ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍‌।

ଶର୍ମିଷ୍ଠା କୋଲକତାରେ ଥିବା ବେଳେ ଆଜି ସକାଳେ ସେ ବସ୍‌ରେ ଭୁବନେଶ୍ୱର ଫେରୁଥିବା ସୂଚନା ପାଇଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଏହାପରେ ଭଦ୍ରକ ପୁଲିସ୍‌ ସହାୟତାରେ ଆଜି ସକାଳୁ ନଳାଙ୍ଗ ନିକଟରେ ବସ୍‌ରୁ ଶର୍ମିଷ୍ଠାଙ୍କୁ କାବୁ କଲା କ୍ରାଇମବ୍ରାଞ୍ଚ ଟିମ୍‌।  ମାନସ ହତ୍ୟାକାଣ୍ଡ ପରଠୁ ଓଡ଼ିଶାରୁ ଫେରାର ହୋଇ ଯାଇଥିବା ଶର୍ମିଷ୍ଠା କୋଲକତା ଓ ଗୌହାଟୀରେ ବି କିଛି ଦିନ ଲେଖା ରହିଥିଲେ। ଏମିତିକି ରେଳ ଷ୍ଟେସନରେ ବି ଆଶ୍ରୟ ନେଇଥିବା ସୂଚନା ମିଳିଛି।

ଉଭୟଙ୍କୁ  ଆଜି  ଚାନ୍ଦବାଲି JMFC କୋର୍ଟରେ ହାଜର କରାଯାଇ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ କରାଯିବ । ଏହି ଘଟଣାରେ ପୂର୍ବରୁ ବନ୍ଧା ହୋଇଥିବା ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍‌ ରିଲିଜ ଜରିଆରେ ଜଣାଯାଇଛି।

ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ୱାଇଁ ଭୁବନେଶ୍ୱରରେ ‘ସମ୍ପୂର୍ଣ୍ଣ’ ନାମକ ଏକ ୱେବ୍‌ ପୋର୍ଟାଲରେ କ୍ୟାମେରା ମ୍ୟାନ୍‌ ଭାବେ କାମ କରୁଥିଲେ। ସେଠାରେ କାମ କରିବାର କିଛି ଦିନ ପରେ ଚାକିରି ଛାଡ଼ି ଦେଇଥିଲେ। ଚାକିରି ଛାଡ଼ିବା ବେଳେ ମାନସ ୱେବ୍‌ ପୋର୍ଟାଲର କିଛି ଗୁପ୍ତ ତଥ୍ୟ ଥିବା ମେମୋରୀ ଚିପ୍‌ ନେଇଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ବିଚଳିତ ହୋଇପଡ଼ିଥିଲେ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ। ଚୋରି କରିଥିବା ମେମୋରୀ ଚିପ୍‌ ଦେବାକୁ ମାନସ ଧରାଛୁଆଁ ଦେଉଇ ନ ଥିବା ବେଳେ  ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଶର୍ମିଷ୍ଠା।

ଯୋଜନା ମୁତାବକ, ମାନସ ଚାନ୍ଦବାଲିରୁ ଫେରୁଥିବା ବେଳେ ତାଙ୍କୁ ଏକ କାର୍‌ରେ ଅପହରଣ କରି ଭୁବନେଶ୍ୱର ନିଆଯାଇଥିଲା। ସେଠାରେ ତାଙ୍କୁ ଅସହ୍ୟ ନିର୍ଯାତନା ଦିଆଯାଇଥିବା ବେଳେ  ତାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମୃତଦେହକୁ ପୋତି ଦେଇଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ।

ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ପୂର୍ବତନ ଓଆଇଏସ୍‌ ନିରଞ୍ଜନ ସେଠୀ, ଶର୍ମିଷ୍ଠାଙ୍କ ଭାଇଙ୍କ ସମେତ ୫ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଏହାପରେ ଶର୍ମିଷ୍ଠାଙ୍କୁ ଗିରଫ ପାଇଁ ଭଦ୍ରକ ଏସ୍‌ପି ୩ଟି ଟିମ୍‌ ଗଠନ କରିଥିଲେ। ଏହି ସମସ୍ତ ଟିମ୍‌ ରାଜ୍ୟ ଭିତରେ ତଥା ବାହାରେ ଖୋଜାଖୋଜି କରୁଥିଲେ ମଧ୍ୟ କୌଣସି ସଫଳତା ମିଳି ନ ଥିଲା। ଏହାପରେ ଏହି ବହୁ ଚର୍ଚ୍ଚିତ  ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ୨ଟି ଟିମ୍‌ ଗଠନ କରାଯାଇଥିବା ବେଳେ ଗୋଟିଏ ଟିମ୍‌ ରାଜ୍ୟ ବାହାରକୁ ଯାଇଥିଲା ଓ ଅନ୍ୟଟି ରାଜ୍ୟ ଭିତରେ ଖୋଜାଖୋଜି କରୁଥିଲା। ଏହାପରେ ଆଜି ଶର୍ମିଷ୍ଠାଙ୍କୁ ଭଦ୍ରକର ନଳାଙ୍ଗରୁ ଗିରଫ କରାଯାଇଥିବା ଜଣାଯାଇଛି। 

....

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story