ଶର୍ମିଷ୍ଠାଙ୍କ କାର୍‌ ଅତିକ୍ରମ କରିଥିଲା ବନ୍ଦାଳ ଟୋଲ ଗେଟ୍‌, ମିଳିଲା ସିସିଟିଭି ଫୁଟେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଲା ଆଉ ଏକ ବଡ଼ ପ୍ରମାଣ । ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ  ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷକୁ  ଚଣ୍ଡିଖୋଲର ଶଙ୍ଖାରିଗଡ଼ାରେ ୯ ତାରିଖରେ ପୋତା ଯାଇଥିଲା।  ଉକ୍ତ ଦିନ ଚଣ୍ଡିଖୋଲ ବନ୍ଦାଲ ଟୋଲ ଗେଟ୍‌ ଅତିକ୍ରମ କରି ଶର୍ମିଷ୍ଠାଙ୍କ କାର୍‌ ଯିବା ତଥା ଆସିବା ସମୟର ଫୁଟେଜ ସିସିଟିଭିରେ ରେକର୍ଡ ଥିବା ବେଳେ ଏବେ ତାହା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଗତ ଫେବ୍ରୁଆରୀ ୯  ତାରିଖ […]

sarmistha raut

sarmistha raut

Niharika Rout
  • Published: Wednesday, 13 April 2022
  • Updated: 13 April 2022, 02:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଲା ଆଉ ଏକ ବଡ଼ ପ୍ରମାଣ । ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ  ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷକୁ  ଚଣ୍ଡିଖୋଲର ଶଙ୍ଖାରିଗଡ଼ାରେ ୯ ତାରିଖରେ ପୋତା ଯାଇଥିଲା।  ଉକ୍ତ ଦିନ ଚଣ୍ଡିଖୋଲ ବନ୍ଦାଲ ଟୋଲ ଗେଟ୍‌ ଅତିକ୍ରମ କରି ଶର୍ମିଷ୍ଠାଙ୍କ କାର୍‌ ଯିବା ତଥା ଆସିବା ସମୟର ଫୁଟେଜ ସିସିଟିଭିରେ ରେକର୍ଡ ଥିବା ବେଳେ ଏବେ ତାହା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।

ଗତ ଫେବ୍ରୁଆରୀ ୯  ତାରିଖ ରାତି ୧୨ଟା ୦୮ରେ  ଶର୍ମିଷ୍ଠାଙ୍କ କାର୍ ଟାଙ୍ଗୀ ବନ୍ଦାଳ ଟୋଲ୍ ଗେଟ୍‌ ଅତିକ୍ରମ କରିଥିଲା। ଏହାପରେ ପୁଣି ଚଣ୍ଡିଖୋଲରୁ କଟକ ଅଭିମୁଖେ ୧ଟା ୫୯ରେ ଶର୍ମିଷ୍ଠାଙ୍କ କାର୍ ଉକ୍ତ ଗେଟ୍‌ ଦେଇ ଫେରିଥିବା ଫୁଟେଜ ସିସିଟିଭିରେ ରେକର୍ଡ ହୋଇଛି ।

ମାନସ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଘାଣ୍ଟିବା ପରେ ସବୁ ସତ ଉଗାରିଥିଲେ ଅଭିଯୁକ୍ତ। ଏହାପରେ ଅଭିଯୁକ୍ତ ରଞ୍ଜନଙ୍କୁ ଧରି ଶଙ୍ଖାରିଗଡ଼ାରୁ ମାନସ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଗଇଁତି, ଏକ ଅଖା, ଶାଢୀ ସମେତ ମାନସର ଇଅରଫୋନ, ଚପଲ ଜବତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌।

ସୂଚନାଯୋଗ୍ୟ, ମାନସ ହତ୍ୟା ମାମଲାରେ ଗିରଫ ୫   ଟିଆଇ ପରେଡ ପାଇଁ ଆବେଦନ କରାଯାଇଛି। ଟିଆଇ ପରେଡରେ ସାକ୍ଷୀମାନେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ। ହେଲେ ଏହା କେବେ ହେବ ତାହା ସ୍ପଷ୍ଟ ହୋଇ ନାହିଁ। ଏହାବାଦ ୨ ଅଭିଯୁକ୍ତଙ୍କୁ ଜେଲ୍‌ରେ ଜେରା ପାଇଁ କୋର୍ଟରେ ଆବେଦନ କରାଯାଇଛି।

ଚାନ୍ଦବାଲି କୋର୍ଟରେ ଆଜି ଜଣେ ସାକ୍ଷୀଙ୍କ ୧୬୪ ବୟାନ ରେକର୍ଡ କରାଯାଉଛି। ଏହାପୂର୍ବରୁ ୩ ଜଣଙ୍କ ୧୬୪ ବୟାନ ରେକର୍ଡ କରାଯାଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos