ମାଡ଼ାମ କହିଥିଲେ, ସାର୍‌ ଆସିଲେ ସାଇନ କରିବାକୁ କହିବନି...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିରଞ୍ଜନ ସେଠୀଙ୍କ ପାଇଁ ନିଜ ଘରର ଗେଟ୍‌ ପୂରାପୁରି ଖୋଲି ଦେଇଥିଲେ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତ! ସେଥିପାଇଁ ନିରଞ୍ଜନ ନିୟମିତ ଶର୍ମିଷ୍ଠାଙ୍କ ଘର ଓ ଅଫିସ୍‌କୁ ଆସୁଥିଲେ। ଆଉ ଏଥିପାଇଁ ତାଙ୍କୁ ଆପାର୍ଟମେଣ୍ଟର ପ୍ରବେଶ ପଥରେ ଦସ୍ତଖତ ମାରିବାକୁ ପଡ଼ୁନଥିଲା। ଦସ୍ତଖତ କରିବାକୁ କୁଆଡେ ଶର୍ମିଷ୍ଠା ମନା କରିଥିଲେ ବୋଲି ଆପାର୍ଟମେଣ୍ଟ ସିକ୍ୟୁରିଟି ଗାର୍ଡ ଆଜି ଚାଞ୍ଚଲ୍ୟକର ବୟାନ୍‌ ଦେଇଛନ୍ତି। ସିକ୍ୟୁରିଟି ଗାର୍ଡଙ୍କ କହିବା ଅନୁସାରେ “ମାଡ଼ାମ୍‌ କହିଥିଲେ ସାର୍‌ ଆସିଲେ […]

Niranjan

Manoranjan Sial
  • Published: Wednesday, 23 March 2022
  • , Updated: 23 March 2022, 08:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିରଞ୍ଜନ ସେଠୀଙ୍କ ପାଇଁ ନିଜ ଘରର ଗେଟ୍‌ ପୂରାପୁରି ଖୋଲି ଦେଇଥିଲେ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତ! ସେଥିପାଇଁ ନିରଞ୍ଜନ ନିୟମିତ ଶର୍ମିଷ୍ଠାଙ୍କ ଘର ଓ ଅଫିସ୍‌କୁ ଆସୁଥିଲେ। ଆଉ ଏଥିପାଇଁ ତାଙ୍କୁ ଆପାର୍ଟମେଣ୍ଟର ପ୍ରବେଶ ପଥରେ ଦସ୍ତଖତ ମାରିବାକୁ ପଡ଼ୁନଥିଲା। ଦସ୍ତଖତ କରିବାକୁ କୁଆଡେ ଶର୍ମିଷ୍ଠା ମନା କରିଥିଲେ ବୋଲି ଆପାର୍ଟମେଣ୍ଟ ସିକ୍ୟୁରିଟି ଗାର୍ଡ ଆଜି ଚାଞ୍ଚଲ୍ୟକର ବୟାନ୍‌ ଦେଇଛନ୍ତି।

ସିକ୍ୟୁରିଟି ଗାର୍ଡଙ୍କ କହିବା ଅନୁସାରେ “ମାଡ଼ାମ୍‌ କହିଥିଲେ ସାର୍‌ ଆସିଲେ ସାଇନ୍‌ କରିବାକୁ କହିବ ନାହିଁ। ମୋତେ କହିଲେ ମୁଁ ସାଇନ୍‌ କରିଦେବି। କିନ୍ତୁ ସାରଙ୍କୁ ଜମାରୁ ସାଇନ୍‌ କରିବାକୁ କହିବ ନାହିଁ।”

ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ(ଟେକ୍ନିକାଲ୍‌) ହେଉଛନ୍ତି ନିରଞ୍ଜନ ସେଠୀ। କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇ ବାବୁ ଏବେ ଜେଲ୍‌ରେ ଅଛନ୍ତି। ଗିରଫ ପରେ ବାବୁଙ୍କ କଳାକାରନାମା ପଦାକୁ ଆସୁଛି। ଶର୍ମିଷ୍ଠା ରାଉତଙ୍କ ସହ ରହିଛି ତାଙ୍କର ଘନିଷ୍ଠତା। ସେ କୁଆଡେ ଶର୍ମିଷ୍ଠାଙ୍କର ଭୁବନେଶ୍ୱର ଏୟାରଫିଲ୍‌ଡ ଥାନା ଅଞ୍ଚଳରେ ଥିବା ସ୍କାଏ ଟାୱାର ଆପାର୍ଟମେଣ୍ଟରେ ଘର ଓ ସମ୍ପୂର୍ଣ୍ଣ ମ୍ୟାଗାଜିନ୍‌ର ଅଫିସ୍‌କୁ ନିୟମିତ ଆସୁଥିଲେ। ଆଉ ଆପାର୍ଟମେଣ୍ଟର ପ୍ରବେଶ ବେଳେ ତାଙ୍କୁ ଦସ୍ତଖତ କରିବାକୁ ପଡ଼ୁନଥିଲା। ଏଥିପାଇଁ ଶର୍ମିଷ୍ଠା ସିକ୍ୟୁରିଟି ଗାର୍ଡ଼କୁ ମନା କରିଥିବା ଜଣାପଡ଼ିଛି। ଗତକାଲି ଏହି ଘର ଓ ଅଫିସ୍‌ରେ ଚଢ଼ଉ କରିଥିଲା ଚାନ୍ଦବାଲି ଥାନା ପୁଲିସ୍‌। ଆଜି ଏଠାରୁ ପୁଲିସ୍‌ ଶର୍ମିଷ୍ଠାଙ୍କ କାର୍‌ ଜବତ କରିଛି ପୁଲିସ୍‌।

https://youtu.be/3_654t7dahE

ଶର୍ମିଷ୍ଠା ଓ ନିରଞ୍ଜନଙ୍କ ଘନିଷ୍ଠତା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି। ଅବସରର ଶେଷଦିନ ଅର୍ଥାତ ଫେବ୍ରୁଆରୀ ୨୮ ତାରିଖରେ ନିରଞ୍ଜନ ସେଠୀ ‘ସମ୍ପୂର୍ଣ୍ଣ’ ପତ୍ରିକାକୁ ବିଜ୍ଞାପନ ପାଇବାକୁ ଅନୁମତି ଦେଇଥିଲେ। ଏଥିପାଇଁ ସେ ରାଜ୍ୟ ସରକାରଙ୍କ ସବୁ ବିଭାଗ, କର୍ପୋରେସନ୍‌, ସବୁ ସରକାରୀ ଅନୁମୋଦିତ ସଂସ୍ଥା, ଓଏସ୍‌ଏଚ୍‌ବି, ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ, ଓମ୍‌ଫେଡ୍‌, ବିଏସ୍‌ଇ, ଉଚ୍ଚ ମାଧ୍ୟମିକ ଶିକ୍ଷା, ସମସ୍ତ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଲ୍ୟାଣ୍ଡ ଡେଭ୍‌ଲପ୍‌ମେଣ୍ଟ ବ୍ୟାଙ୍କ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ‘ସମ୍ପୂର୍ଣ୍ଣ’ ପତ୍ରିକାର ସ୍କ୍ୱେଏର୍‌ ସେଣ୍ଟିମିଟରର ବିଜ୍ଞାପନ ପିଛା ୧୭ ଟଙ୍କା ୭୬ ପଇସା ଧାର୍ଯ୍ୟ କରାଯାଇଛି। ଡିଏଭିପିର ତଥ୍ୟ ଅନୁସାରେ ପତ୍ରିକାର ୧୫୨୦୦ କପି ବିକ୍ରି ହେଉଥିବା ଚିଠିରେ ଦର୍ଶା ଯାଇଛି।

ଫେବ୍ରୁଆରୀ ୭ ତାରିଖ ସକାଳେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶନାରେ ପୂରା ନାଟକ ରଚାଯାଇଥିଲା। ଆଉ ଏହାକୁ କାର୍ଯ୍ୟକାରୀ କରିଥିଲେ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ। ୭ ତାରିଖ ସକାଳେ ମାନସ ଭଦ୍ରକରୁ ଫେରୁଥିବା ବେଳେ ରାସ୍ତାରୁ ତାଙ୍କୁ ମାଡ଼ ମାରି ଅପହରଣ କରାଯାଇଥିଲା। ଅପହରଣ ପରେ ମାନସଙ୍କୁ ଦୟାଲ୍‌ ଆଶ୍ରମରେ ରଖି ପ୍ରବଳ ମାଡ଼ ମରାଯାଇଥିଲା। ନିରଞ୍ଜନ ସେଠୀ ସେଠାରେ ଉପସ୍ଥିତ ରହି ମାଡ଼ ମାରିଥିଲା। ଯାହାଫଳରେ ମାନସଙ୍କ ମୃତ୍ୟୁ ଘଟିଥିଲା।

ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ଅଭିଯୁକ୍ତମାନେ ମାନସଙ୍କ ମୃତଦେହକୁ ନୟାଗଡ଼ରେ ଏକ ପାହାଡ ତଳେ ପୋତି ଦେଇଥିଲେ। ଅନ୍ୟପକ୍ଷରେ ପରିବାର ଲୋକେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମ୍ରିୟମାଣ ହୋଇ ପଡ଼ିଥିଲେ। ଏନେଇ ପରିବାର ଲୋକେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଅପହରଣରେ ବ୍ୟବହୃତ ହୋଇଥିବା ବୋଲେରୋ ଡ୍ରାଇଭରକୁ ଉଠାଇ ଆଣିଥିଲା। ପରେ ତା’ ବୟାନ ଆଧାରରେ ଆଉ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ରବିବାର ନିରଞ୍ଜନ, ରାଜ ଓ ଶର୍ମିଷ୍ଠାଙ୍କ ଭାଇଙ୍କୁ ପୁଲିସ୍‌ ଗିରଫ କରିଥିଲା।

Related story