ସାହି ପଡ଼ିଶା ଆସିଲେନି, ସରପଞ୍ଚ ଓ ତାଙ୍କ ସହଯୋଗୀ ମହିଳାଙ୍କୁ ନେଲେ ଶ୍ମଶାନ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଦିନେ ସାହି-ଭାଇଙ୍କ ଶୁଖଦୁଃଖରେ ଛିଡ଼ା ହେଉଥିଲେ ବୃଦ୍ଧା ଶଶୀ ପ୍ରଧାନ। ହେଲେ ଆଜି ତାଙ୍କ ମୃତଦେହ ଉଠାଇବାକୁ କେହି ଆସିଲେ ନାହିଁ। ଦୀର୍ଘ ସମୟ ଧରି ଘରେ ପଡ଼ି ରହିଲା ମୃତଦେହ। ଶେଷରେ ସରପଞ୍ଚ ଓ ତାଙ୍କ ସମର୍ଥକମାନେ ପିପିଇ କିଟ୍‌ ପିନ୍ଧି ବୃଦ୍ଧା ଶଶୀଙ୍କ ମୃତଦେହ ଶ୍ମଶାନକୁ ନେଲେ। ଆଉ ସେଠାରେ କଲେ ସଂସ୍କାର। ଆଜି ଏପରି ଦୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରୁ ଆସିଛି। ଭଞ୍ଜନଗର ବ୍ଲକମୁଜାଗଡ଼ ଗାଁର ଶଶୀ ପ୍ରଧାନ […]

Bhanjanagar

Manoranjan Sial
  • Published: Sunday, 16 May 2021
  • , Updated: 16 May 2021, 05:06 PM IST

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଦିନେ ସାହି-ଭାଇଙ୍କ ଶୁଖଦୁଃଖରେ ଛିଡ଼ା ହେଉଥିଲେ ବୃଦ୍ଧା ଶଶୀ ପ୍ରଧାନ। ହେଲେ ଆଜି ତାଙ୍କ ମୃତଦେହ ଉଠାଇବାକୁ କେହି ଆସିଲେ ନାହିଁ। ଦୀର୍ଘ ସମୟ ଧରି ଘରେ ପଡ଼ି ରହିଲା ମୃତଦେହ। ଶେଷରେ ସରପଞ୍ଚ ଓ ତାଙ୍କ ସମର୍ଥକମାନେ ପିପିଇ କିଟ୍‌ ପିନ୍ଧି ବୃଦ୍ଧା ଶଶୀଙ୍କ ମୃତଦେହ ଶ୍ମଶାନକୁ ନେଲେ। ଆଉ ସେଠାରେ କଲେ ସଂସ୍କାର। ଆଜି ଏପରି ଦୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରୁ ଆସିଛି।

ଭଞ୍ଜନଗର ବ୍ଲକମୁଜାଗଡ଼ ଗାଁର ଶଶୀ ପ୍ରଧାନ ଘରେ ଏକୁଟିଆ ରୁହନ୍ତି। ତିନିଦିନ ତଳେ ତାଙ୍କୁ ଜ୍ୱର ହୋଇଥିଲା। ଜ୍ୱର ନଛାଡ଼ିବାରୁ ସେ ଭଞ୍ଜନଗର କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଥିବାରୁ ମେଡିକାଲ୍‌ କର୍ମଚାରୀମାନେ ତାଙ୍କର ମୃତଦେହକୁ ମହାପ୍ରୟାଣ ଗାଡ଼ିରେ ନେଇ ଘରେ ରଖି ପଳାଇ ଆସିଥିଲେ।

ଶଶୀ ପ୍ରଧାନଙ୍କର କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଶବଦାହ କରିବାକୁ ସାହି ପଡୋଶୀ କେହି ଆସିନଥିଲେ। ଦୀର୍ଘ ସମୟ ଧରି ପଡ଼ି ରହିଥିଲା ମୃତଦେହ। ଖବର ପାଇ ଜୁମାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନ ମୃତ ଶଶୀଙ୍କ ଘରେ ପହଞ୍ଚିଥିଲେ। ମୃତଦେହ ସଂସ୍କାର କରିବା ପାଇଁ ସାହି ପଡ଼ିଶାଙ୍କୁ ଡାକି ଥିଲେ। ମାତ୍ର କେହି ଆସିବାକୁ ରାଜି ହୋଇନଥିଲେ। ଶେଷରେ ସରପଞ୍ଚ ଶିବଶଙ୍କର ଓ ତାଙ୍କ ସହଯୋଗୀ ପିପିଇ କିଟ୍‌ ପିନ୍ଧି ମୃତଦେହକୁ ଘରୁ ବାହାର କରି ଶ୍ମଶାନ ନେଇ ସତ୍କାର କରିଥିଲେ। ଶେଷକୃତ୍ୟ ସମ୍ପନ୍ନ ହେବା ପରେ ସରପଞ୍ଚ ଘରକୁ ଫେରିଥିଲେ।

ଗତକାଲି ଅନୁରୂପ ଏକ ଘଟଣା ସାମ୍ନାକୁ ଆସିଥିଲା ଗଞ୍ଜାମ ଜିଲ୍ଲା। ମାଆ-ଝିଅଙ୍କ ମୃତଦେହ ଉଠାଇବାକୁ ଆସିନଥିଲେ ସାହି ପଡ଼ିଶା। ପ୍ରଶାସନର ହସ୍ତକ୍ଷେପ ପରେ କେତେକ ସ୍ୱେଚ୍ଛାସେବୀମାନେ ଆସି ପିପିଇ କିଟ୍‌ ପିନ୍ଧି ମୃତଦେହ ସଂସ୍କାର କରିଥିଲେ। କରୋନାରେ ମୃତ୍ୟୁ ହୋଇନଥିବା ଜାଣି ମଧ୍ୟ ଲୋକେ ଶବ ସତ୍କାର କରିବାକୁ ନଆସିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପ୍ରତି ପ୍ରଶାସନ ବିଶେଷ ଧ୍ୟାନ ଦେବା ଦରକାର। ଆବଶ୍ୟକ ପଡ଼ିଲେ କରୋନାକୁ ନେଇ ଲୋକଙ୍କ ମନରେ ଥିବା ଭ୍ରମ ଦୂର କରିବାକୁ ସାଧାରଣରେ ମତପ୍ରକାଶ ପାଉଛି।

Related story