ସାରୁଅ ଷ୍ଟୁଡିଓକୁ ବେଆଇନ ଘେରାଉ ନେଇ ବାଘମାରୀ ଥାନାକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରୁଅ ଷ୍ଟୁଡିଓକୁ ବେଆଇନ ଘେରାଉ ନେଇ ବାଘମାରୀ ଥାନାକୁ କଡ଼ା ନିର୍ଦ୍ଦେଶ ଦେଲେ କୋର୍ଟ। ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କରିବାକୁ ବାଘମାରୀ ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା SDJM। ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ୩ଟି ଘଟଣାରେ ଦାୟର ଏତଲାକୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଷ୍ଟୁଡିଓ ପାଚେରୀ ଭଙ୍ଗା ଓ ଜବରଦସ୍ତି ଭିତରେ ପଶିବା,ସାଇଟ ଇଂଜିନିୟର ଓ ସୁପରଭାଇଜରଙ୍କୁ […]

909

Tapas Behera
  • Published: Wednesday, 18 November 2020
  • , Updated: 18 November 2020, 03:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରୁଅ ଷ୍ଟୁଡିଓକୁ ବେଆଇନ ଘେରାଉ ନେଇ ବାଘମାରୀ ଥାନାକୁ କଡ଼ା ନିର୍ଦ୍ଦେଶ ଦେଲେ କୋର୍ଟ। ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କରିବାକୁ ବାଘମାରୀ ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା SDJM। ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ୩ଟି ଘଟଣାରେ ଦାୟର ଏତଲାକୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଷ୍ଟୁଡିଓ ପାଚେରୀ ଭଙ୍ଗା ଓ ଜବରଦସ୍ତି ଭିତରେ ପଶିବା,ସାଇଟ ଇଂଜିନିୟର ଓ ସୁପରଭାଇଜରଙ୍କୁ ମାଡ଼ ମରାଯିବା, ବେଆଇନ ଭାବେ ୧୮ ଦିନ ହେଲା ଘେରାଉ ଏମିତି ୩ଟି ମାମଲାକୁ ରେଜିଷ୍ଟ୍ରୀ କରି ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି ଡିସେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ପ୍ରତିପକ୍ଷର ଏତଲା ଗ୍ରହଣ କରିଥିଲେ ବି ଓଟିଭି ଏତଲା ଗ୍ରହଣ ହୋଇନଥିଲା ଏତଲା ଦେଇଥିବା ସତ୍ତ୍ୱେ ବାଘମାରୀ ପୁଲିସ ଗ୍ରହଣ କରିନଥିଲା।

Related story