ସାରୁଅ ଜମି ନେଇ ତହସିଲଦାର ଦେଇଥିଲେ କ୍ଲିନ୍‌ଚିଟ୍‌, ‘ଓଟିଭି’ ବିରୋଧରେ ଅଭିଯୋଗ ପ୍ରାୟୋଜିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଓଟିଭି ପକ୍ଷରୁ ଜମି ଜବରଦଖଲ ଅଭିଯୋଗର ସତ କେତେ ସେ ତଦନ୍ତ ଚଳାଇଛି ପ୍ରଶାସନ । ତେବେ ଏଭଳି ଅଭିଯୋଗ ପଛରେ ଯେ, ନ୍ୟସ୍ତସ୍ୱାର୍ଥ ଭରି ରହିଛି ତାହା ବି ଜଳ ଜଳ ଦିଶିଲାଣି। କାରଣ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତବର୍ଷ ଡିସେମ୍ବରରେ ଖୋଦ୍ ବେଗୁନିଆ ତହସିଲଦାର ସରଜମିନ ତଦନ୍ତ କରି ଏଜିଙ୍କୁ ଦେଇଥିବା ରିପୋର୍ଟରେ ସେଠି ଇଞ୍ଚେ ବି ସରକାରୀ ଜମି ଓଟିଭି ଜବରଦଖଲ କରିନଥିବା ଦର୍ଶାଇଥିଲେ । […]

tiop

tiop

Tapas Behera
  • Published: Wednesday, 30 September 2020
  • Updated: 30 September 2020, 07:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଓଟିଭି ପକ୍ଷରୁ ଜମି ଜବରଦଖଲ ଅଭିଯୋଗର ସତ କେତେ ସେ ତଦନ୍ତ ଚଳାଇଛି ପ୍ରଶାସନ । ତେବେ ଏଭଳି ଅଭିଯୋଗ ପଛରେ ଯେ, ନ୍ୟସ୍ତସ୍ୱାର୍ଥ ଭରି ରହିଛି ତାହା ବି ଜଳ ଜଳ ଦିଶିଲାଣି। କାରଣ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତବର୍ଷ ଡିସେମ୍ବରରେ ଖୋଦ୍ ବେଗୁନିଆ ତହସିଲଦାର ସରଜମିନ ତଦନ୍ତ କରି ଏଜିଙ୍କୁ ଦେଇଥିବା ରିପୋର୍ଟରେ ସେଠି ଇଞ୍ଚେ ବି ସରକାରୀ ଜମି ଓଟିଭି ଜବରଦଖଲ କରିନଥିବା ଦର୍ଶାଇଥିଲେ । ଆଉ ସ୍ଥାନୀୟ ଲୋକେ ବି ସେମାନଙ୍କ ଜୀବନ-ଜୀବୀକାକୁ ନେଇ ଓଟିଭି କର୍ତ୍ତୃପକ୍ଷଙ୍କ ଅନେକ ଉନ୍ନୟନମୂଳକ କାମକୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି । ଏଠି ପ୍ରଶ୍ନଉଠୁଛି କେଉଁ ନ୍ୟସ୍ତସ୍ୱାର୍ଥ ଉଦ୍ଦେଶ୍ୟ ଓ କାହା ଇଙ୍ଗିତରେ କିଛି ନିର୍ଦ୍ଦିଷ୍ଟ ଲୋକ ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ବାରମ୍ବାର ଏଭଳି ଅଭିଯୋଗ ଆଣୁଛନ୍ତି ?

ଜଳଧର ମହାଭୋଇ?  ମନଗଢ଼ା ଓ ମିଥ୍ୟା ଅଭିଯୋଗ ଆଣିବାରେ ଇଏ ଧୁରନ୍ଧର ନୁହଁନ୍ତି କି? କାରଣ ଖୋର୍ଦ୍ଧା ଜିଲ୍ଲା ସାରୁଅ ମୌଜାରେ ଓଡ଼ିଶା ଇନଫ୍ରାଟ୍ରେକ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଓଟିଭି ବିରୋଧରେ ଜମି ଜବରଦଖଲ ଅଭିଯୋଗ ଆଣି ବାରମ୍ବାର ପ୍ରଶାସନ ପାଖେ ହଲ୍ଲାପଟା କରୁଥିବା ଜଳଧର ଯେ, ସରଜମିନ୍ ତଦନ୍ତ ସମୟରେ ଉଭାନ୍ ହୋଇଯାନ୍ତି, ତାର ସ୍ପଷ୍ଟ ପ୍ରମାଣ ମିଳିଛି ଏହି ଦସ୍ତାବିଜ୍‌ରେ।  କାରଣ ଗତବର୍ଷ ଡିସେମ୍ବରରେ ରାଜ୍ୟ ଆଡଭୋକେଟ୍ ଜେନେରାଲଙ୍କ ନିକଟରେ ଏକ ଦସ୍ତାବିଜ୍  ଦାଖଲ କରିଛନ୍ତି ଖୋଦ୍ ବେଗୁନିଆ ତହସିଲଦାର ।

ସାରୁଅ ମୌଜାରେ ଜମି ଜବରଦଖଲ ନେଇ ଜଳଧର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟରୁ ଆସିଥିଲା ସରଜମିନ ତଦନ୍ତ ନିର୍ଦ୍ଦେଶ। ହେଲେ ବାରମ୍ବାର ନୋଟିସ୍ ପରେ ବି ମାପଚୁପ ବେଳେ ଧରାଛୁଆଁ ଦେଇନଥିଲେ ଜଳଧର । ଅନ୍ୟପକ୍ଷରେ ମାପଚୁପ ବେଳେ କଂପାନୀ କୌଣସି ସରକାରୀ ଜମି ଜବରଦଖଲ କରିନଥିବା ଜଣାପଡ଼ିଥିଲା । ଏମିତିକି କମ୍ପାନୀର ପାଚେରୀ ମଧ୍ୟ ତା ନିଜ ଜମିରେ ହିଁ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଥିଲା । ତେବେ ଜଳଧରଙ୍କ ଜମି କଂପାନୀ ପ୍ଲଟ୍ ପାଖରେ ଥିବାରୁ ଜଳଧରଙ୍କ ସମେତ ସ୍ଥାନୀୟ ଚାଷୀଙ୍କୁ ସେମାନଙ୍କ ଜମିକୁ ଯିବାକୁ କଂପାନୀ ତାର ମୁଖ୍ୟ ଗେଟ୍ ମଧ୍ୟ ଖୋଲି ଯିବାକୁ ଅନୁମତି ଦେଉଥିବା ଉଲ୍ଲେଖ କରିଥିଲେ ତହସିଲଦାର । ତାସହ ତହସିଲଦାରଙ୍କ ତାଙ୍କ ରିପୋର୍ଟରେ ସେଠି କୌଣସି ସରକାରୀ ଜମି ଜବରଦଖଲ ହୋଇନଥିବା ସ୍ପଷ୍ଟ ଭାବେ ଜଣାଇଥିଲେ । ଏଠି ପ୍ରଶ୍ନ ଜଳଧର, କେଉଁ ନ୍ୟସ୍ତସ୍ୱାର୍ଥ ଉଦ୍ଦେଶ୍ୟ ରଖି ବାରମ୍ବାର କିଛି ଲୋକଙ୍କୁ ଧରି ପ୍ରଶାସନ ପାଖରେ ଜମି ଜବରଦଖଲ ସଂପର୍କରେ ଅଭିଯୋଗ ଆଣୁଛନ୍ତି? ତେଣେ ଖୋର୍ଦ୍ଧା ଏଡିଏମ୍ କହିଛନ୍ତି ଗତ ୨୬ ତାରିଖରେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହଁନ୍ତି ବରଂ ସାରୁଅ ଅଞ୍ଚଳର ଅନେକ ଲୋକ ପ୍ରଶାସନ ପାଖେ ଜମି ଜବରଦଖଲ ଅଭିଯୋଗ ଆଣିଛନ୍ତି, ଯାହାର ତଦନ୍ତ ଚାଲିଛି।

ପ୍ରାୟ ୨ବର୍ଷ ତଳୁ କେତେକ ମୁଷ୍ଟିମେୟ ବ୍ୟକ୍ତି ଓଟିଭି ବିରୋଧରେ ଜମି ଜବରଦଖଲ ଅଭିଯୋଗ ଆଣି ସେମାନଙ୍କ ନ୍ୟସ୍ତସ୍ୱାର୍ଥ ହାସଲ ପାଇଁ ଉଦ୍ୟମ ଚଳାଇଥିବା ସ୍ଥାନୀୟ ପ୍ରଶାସନଠାରୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଜଣାଇଥିଲେ । ସେହି ସାରୁଅ ଓ ଲୋକନାଥପୁର ଅଞ୍ଚଳର ପ୍ରାୟ ୪୦ରୁ ଅଧିକ ଗ୍ରାମବାସୀ ଯେଉଁ ଚିଠିରେ ସେମାନେ ଏଭଳି ଅଭ୍ୟାସଗତ ଅଭିଯୋଗକାରୀ ଜଳଧର ମହାଭୋଇଙ୍କ ସହ ଆହୁରି ଅନେକ ନ୍ୟସ୍ତସ୍ୱାର୍ଥ ଲୋକଙ୍କ ନାଁ ଉଲ୍ଲେଖ କରିଥିଲେ । ତାସହ ଓଟିଭି କିଭଳି ସେମାନଙ୍କ ଜୀବନ ଓ ଜୀବିକାକୁ ସୁଧାରିବାରେ ସହାୟକ ହୋଇଛି ତାହା ବି ଦର୍ଶାଇଥିଲେ। ଯାହାକି ଗ୍ରାଉଣ୍ଡ ଜିରୋରେ ଆଜି ବି ଜଳଜଳ ହୋଇ ପ୍ରମାଣିତ କରୁଛି । କେଉଁଠି ଗାଁ ଲୋକଙ୍କ ଜଳସଙ୍କଟ ଦୂର କରିବାକୁ କମ୍ପାନୀ ଅନେକ ନଳକୂପ ବସାଇଛି, ତ ଆଉ କେଉଁଠି ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଯୋଗାଇଛି । ତାସହ ଶିକ୍ଷାର ବିକାଶ ଲାଗି ଶିକ୍ଷାନୁଷ୍ଠାନର ଉନ୍ନତିକରଣ କରିଛି ତ ସ୍ଥାନୀୟ ଅଞ୍ଚଳର ମହିଳାଙ୍କ ବିକାଶ ଲାଗି ବି ଆଗେଇ ଆସିଛି । ଓଟିଭିର ପ୍ରତିଟି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଂଶସା କରୁଥିବାବେଳେ କେବଳ କିଛି ନ୍ୟସ୍ତସ୍ୱାର୍ଥଗୋଷ୍ଠୀଙ୍କ ଚକ୍ରାନ୍ତକୁ ବି ନାପସନ୍ଦ କରିଛନ୍ତି।

ଏବେ ବଡ଼ ପ୍ରଶ୍ନ, ଜଳଧର ନିଜେ ଓଟିଭି ବିରୋଧରେ ବାରମ୍ବାର ଏଭଳି ଅଭିଯୋଗ ଆଣୁଛନ୍ତି, ନା ଏପରି କରିବା ପାଇଁ ତାଙ୍କୁ କିଏ ପ୍ରବର୍ତ୍ତାଉଛି? ଏହା ପଛରେ କୌଣସି ଅଦୃଶ୍ୟ ଶକ୍ତିର ହାତ ନାହିଁ ତ? ଅନ୍ୟପକ୍ଷରେ ଅପେକ୍ଷା, ଏସବୁ ଅଭିଯୋଗର ତଦନ୍ତ କରି କି ଜିଲ୍ଲାପାଳଙ୍କୁ କି ରିପୋର୍ଟ ଦେଉଛି ସ୍ଥାନୀୟ ପ୍ରଶାସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos