ଜିଲ୍ଲାପାଳଙ୍କୁ ଫୋନ୍‌ କରିବା ପାଇଁ ତିନି କିମି ପାହାଡ଼ ଚଢ଼ୁଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ): ଗାଁରେ ମୋବାଇଲ୍ ନେଟ୍‌ୱର୍କ ନାହିଁ। କଲ୍‌ ଯାଉନି କି ଆସୁନାହିଁ। ଯେଉଁଥିପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଚାଲିବାକୁ ପଡ଼ିଛି ତିନି କିମି ପାହାଡ଼ିଆ ରାସ୍ତା। ଗାଁର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଫୋନ୍‌ରେ ଅବଗତ କରାଇବା ପାଇଁ ତାଙ୍କୁ ଏମିତି କସରତ କରିବାକୁ ପଡ଼ିଛି। ଏପରି ଦୁର୍ଦ୍ଦଶାର ଚିତ୍ର ଆସିଛି ନକ୍ସଲ ପ୍ରବଣ ଓ ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରୁ। କୋରାପୁଟର ନବନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଉଛନ୍ତି ସସ୍ମିତା ମେଲେକା। ଜିଲ୍ଲାପାଳଙ୍କୁ ଫୋନ୍‌ […]

Koraput

Manoranjan Sial
  • Published: Friday, 18 March 2022
  • , Updated: 18 March 2022, 10:18 PM IST

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ): ଗାଁରେ ମୋବାଇଲ୍ ନେଟ୍‌ୱର୍କ ନାହିଁ। କଲ୍‌ ଯାଉନି କି ଆସୁନାହିଁ। ଯେଉଁଥିପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଚାଲିବାକୁ ପଡ଼ିଛି ତିନି କିମି ପାହାଡ଼ିଆ ରାସ୍ତା। ଗାଁର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଫୋନ୍‌ରେ ଅବଗତ କରାଇବା ପାଇଁ ତାଙ୍କୁ ଏମିତି କସରତ କରିବାକୁ ପଡ଼ିଛି। ଏପରି ଦୁର୍ଦ୍ଦଶାର ଚିତ୍ର ଆସିଛି ନକ୍ସଲ ପ୍ରବଣ ଓ ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରୁ।

କୋରାପୁଟର ନବନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଉଛନ୍ତି ସସ୍ମିତା ମେଲେକା। ଜିଲ୍ଲାପାଳଙ୍କୁ ଫୋନ୍‌ କରିବେ ବୋଲି ନେଟ୍‌ୱର୍କ ପାଇଁ ନିଜ ଗାଁ ବନ୍ଧୁଗାଁ ବ୍ଲକ୍‌ କମଗଣ୍ଡା ଅତିକ୍ରମ କରିବାକୁ ପଡିଥିଲା। ତିନି କିଲୋମିଟର ପାହାଡ଼ିଆ ଦୁର୍ଗମ ରାସ୍ତା ଅତିକ୍ରମ କଲା ପରେ ଯାଇ ପାଇଲେ ନେଟ୍‌ୱର୍କ। ଆଉ ତା’ପରେ ଜିଲ୍ଲାପାଳଙ୍କ ସହିତ କଥା ହେବେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକାଙ୍କ କହିବା କଥା, କମଗଣ୍ଡା ଗାଁରେ ମୋବାଇଲ୍‌ ନେଟଓ୍ୱର୍କ ନଥିବାରୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି। ଫୋନ୍‌ କଲ କରିବାକୁ ହେଲେ ଗାଁଠୁ ତିନି କିଲୋମିଟର ଦୂରରେ ଥିବା ପାହାଡ଼ ଚଢିବାକୁ ପଡୁଛି। କାରଣ ପାହାଡ଼ ଉପରେ ଭଲ ନେଟଓ୍ୱର୍କ ଆସୁଛି। କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେବା ପରେ, ନିଜ ଜନ୍ମମାଟିକୁ ଫେରି ସମସ୍ୟାର ସମଧାନ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ସସ୍ମିତା।

ସସ୍ମିତା ମେଲେକା କହିଛନ୍ତି, “ଏଇଟାକୁ ଡିଜିଟାଲ୍‌ ଯୁଗ ବୋଲି କୁହାଯାଉଛି। ହେଲେ ଆମ ଗାଁରେ ମୋବାଇଲ୍ ନେଟ୍‌ୱର୍କ ନାହିଁ। ଯେଉଁଥିପାଇଁ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ୍‌ରୁ ବଞ୍ଚିତ ହେଉଛନ୍ତି। ଗାଁର କାହାର ଦେହ ଅସୁସ୍ଥ ହେଲେ ବା କୌଣସି ପ୍ରସୂତୀଙ୍କୁ ମେଡିକାଲ୍‌ ନେବାକୁ ହେଲେ ତିନି କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ଏହି ମୋବାଇଲ୍ ନେଟ୍‌ୱର୍କ ସମସ୍ୟା କେବଳ ମୋ ଗାଁରେ ନୁହେଁ, କୋରାପୁଟ୍‌ ଜିଲ୍ଲାର ୧୪ଟି ବ୍ଲକରେ ଦେଖାଦେଉଥିବ। ଯାହା ଆଜି ମୁଁ ନିଜେ ଅନୁଭବ କରିପାରୁଛି। ଏହି ସମସ୍ୟା କେମିତି ସମାଧାନ ହୋଇପାରିବ, ତାହା ସମ୍ପର୍କରେ ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତରଙ୍କ ସହିତ ଆଲୋଚନା କରିବି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇବି।”

https://www.youtube.com/watch?v=-y9kO5oODWE

Related story