ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତୃତୀୟ ରାଜ୍ୟ ଟେଲି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବିବାର ସଂଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଓଡ଼ିଆ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ମଧ୍ୟରୁ ଶ୍ରେଷ୍ଠ ଧାରାବାହିକ, ଶ୍ରେଷ୍ଠ ଟେଲି ଫିଲ୍ମ ଓ ଏହା ସହିତ ଜଡିତ ଶ୍ରେଷ୍ଠ କଳାକାର, ଟେକ୍ନିସିଆନମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସନ୍ତୋଷ କୁମାର ବିଶ୍ୱାଳ, ଶ୍ରେଷ୍ଠ ଅଭିନେତା ସୁକାନ୍ତ ରଥ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମଧୁସ୍ମିତା […]

b

Rakesh Mallick
  • Published: Monday, 14 December 2015
  • , Updated: 14 December 2015, 04:26 AM IST

ଭୁବନେଶ୍ୱର: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତୃତୀୟ ରାଜ୍ୟ ଟେଲି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବିବାର ସଂଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଓଡ଼ିଆ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ମଧ୍ୟରୁ ଶ୍ରେଷ୍ଠ ଧାରାବାହିକ, ଶ୍ରେଷ୍ଠ ଟେଲି ଫିଲ୍ମ ଓ ଏହା ସହିତ ଜଡିତ ଶ୍ରେଷ୍ଠ କଳାକାର, ଟେକ୍ନିସିଆନମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସନ୍ତୋଷ କୁମାର ବିଶ୍ୱାଳ, ଶ୍ରେଷ୍ଠ ଅଭିନେତା ସୁକାନ୍ତ ରଥ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମଧୁସ୍ମିତା ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଚରିତ୍ର ଅଭିନେତା ଓ ଅଭିନେତ୍ରୀ, ଶ୍ରେଷ୍ଠ ଖଳନାୟକ ଓ ଖଳନାୟିକା, ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ଚିତ୍ରନାଟ୍ୟ, ସଂପାଦନା ପ୍ରଭୃତି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏଥିସହ ଶ୍ରେଷ୍ଠ ଟେଲି ଫିଲ୍ମ ଚର୍ଚ୍ଚିତା ପାଇଁ ଏହାର ପ୍ରଯୋଜିକା ଓ ନିର୍ଦ୍ଦେଶିକା ଗାୟତ୍ରୀ ତ୍ରିପାଠୀ ଓ ଶିଶୁ ସଂବଧିତ ଟେଲି ଫିଲ୍ମ ଈଶ୍ୱର ପାଇଁ ଅଶୋକ କୁମାର ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ୫ ଜଣଙ୍କୁ ସ୍ୱତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯିବା ସହିତ ସମୁଦାୟ ୨୦ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ପ୍ରସନ୍ନ ପାଟ୍ଟସାଣୀ, ବିଧାୟକ ଆକାଶ ଦାସ ନାୟକ ଓ ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Related story