ସ୍ୟାଟ ଉଚ୍ଛେଦ ପ୍ରସଙ୍ଗ: ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହାର ପରେ ସ୍ୱାଭାବିକ ହେଲା କୋର୍ଟ କାର୍ଯ୍ୟ

ଭୁବନେଶ୍ୱା: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ସ୍ୟାଟ୍ ଉଚ୍ଛେଦକୁ ବିରୋଧ କରି ଓକିଲମାନେ ସୋମବାର କରିଥିବା ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଆଜି ସମସ୍ତ ଅଦାଲତରେ କାର୍ଯ୍ୟ ସ୍ୱଭାବିକ ହୋଇଛି। ପ୍ରାୟ ୨ସପ୍ତାହ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା କଟକ ସ୍ୟାଟ୍ ବାର ଆସୋସିଏଶନର ଆଇନଜୀବୀମାନେ ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗ ଦେବେ। କଟକ ସ୍ୟାଟ୍ ବାର ଆସୋସିଏଶନର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ଥିବାରୁ ଆସନ୍ତାକାଲିଠାରୁ ସେମାନେ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି। ବାର […]

cuttack

Rakesh Mallick
  • Published: Tuesday, 29 September 2015
  • , Updated: 29 September 2015, 03:05 PM IST

ଭୁବନେଶ୍ୱା: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ସ୍ୟାଟ୍ ଉଚ୍ଛେଦକୁ ବିରୋଧ କରି ଓକିଲମାନେ ସୋମବାର କରିଥିବା ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଆଜି ସମସ୍ତ ଅଦାଲତରେ କାର୍ଯ୍ୟ ସ୍ୱଭାବିକ ହୋଇଛି। ପ୍ରାୟ ୨ସପ୍ତାହ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା କଟକ ସ୍ୟାଟ୍ ବାର ଆସୋସିଏଶନର ଆଇନଜୀବୀମାନେ ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗ ଦେବେ। କଟକ ସ୍ୟାଟ୍ ବାର ଆସୋସିଏଶନର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ଥିବାରୁ ଆସନ୍ତାକାଲିଠାରୁ ସେମାନେ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି। ବାର କାଉନସିଲର ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲିଠାରୁ ୧୫ ଦିନ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରି ପ୍ରତିବାଦ ଜାରି ରଖିବେ। ସ୍ୟାଟ୍ ବାର ଉଚ୍ଛେଦ ନିଷ୍ପତ୍ତି ପ୍ରତିବାଦରେ ଆନ୍ଦୋଲନ ଚଳାଇଥିବା ଭୁବନେଶ୍ୱର ସ୍ୟାଟ୍ ବାର ଆସୋସିଏଶନ ଆଜିଠାରୁ କାର୍ଯ୍ୟାରେ ଯୋଗ ଦେଇଛି। ତେବେ କଳାବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାର ରଖିବେ ବୋଲି କହିଛନ୍ତି। ସ୍ୟାଟ୍ ଉଚ୍ଛେଦ ନ କରି ଏହାର ପୁନର୍ବିଚାର ରାଜ୍ୟ ସରକାର କରିବେ ବୋଲି ଆଇନଜୀବୀମାନେ ଆଶା ପୋଷଣ କରିଛନ୍ତି ।

Related story