ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମ୍ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସଂକ୍ରମିତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଅର୍ଥାତ୍ ସେ ବାହାର ଦେଶକୁ ଯାଇ ନାହାନ୍ତି କି ଦେଶର କୌଣସି ଅଞ୍ଚଳକୁ ମଧ୍ୟ ଯାଇନଥିବା ଜଣାପଡ଼ିଛି। ଫଳରେ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି।
ସେଥିପାଇଁ ସତ୍ୟନଗର ଛକରୁ-କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ-ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସ, ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସର୍ସ କ୍ୱାର୍ଟର୍ସରୁ ସତ୍ୟନଗର ଛକରେ ଥିବା ବିଗବଜାର ପର୍ଯ୍ୟନ୍ତ ଅଞ୍ଚଳ ସିଲ୍ କରାଯାଇଛି। ଏହି ଅଞ୍ଚଳ ଭିତରକୁ କାହାକୁ ଛଡ଼ା ଯିବ ନାହିଁ କିମ୍ବା ଏହା ଭିତରୁ କେହି ବାହାରକୁ ବାହାରି ପାରିବେ ନାହିଁ।
BMC has issued an order to declare the below mentioned area of Satya Nagar as containment zone to contain the spread of #COVID19.#StayHome #StaySafe #WeCareForYou pic.twitter.com/LwuiJ8Inpf
— BMC (@bmcbbsr) April 8, 2020
ବିଏମ୍ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସଂପୃକ୍ତ ଅଞ୍ଚଳରେ ପହଞ୍ଚାଇ ଦିଆଯିବ। କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ବନ୍ଦ ରହିବ। ଏ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି।
ଲୋକଙ୍କର ଜରୁରୀ ଆବଶ୍ୟକତା ପୂରଣ ଲାଗି ବିଏମ୍ସି ପକ୍ଷରୁ ଏକ୍ ଟିକ୍ ଗଠନ କରାଯାଇଛି। ଏହାସହ ସଂପୃକ୍ତ ଅଞ୍ଚଳର ଲୋକଙ୍କ ଲାଗି ହେଲ୍ପ ଲାଇନ୍ ନମ୍ବର ୧୯୨୯ ଜାରି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।