ଜୀବନ ବଞ୍ଚାଇଥିଲେ, ଅତିଥି ସାଜି ଆଶିଷ ଦେଲେ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଦିନେ ଯେଉଁ ହାତରେ ଯମପଞ୍ଝାରୁ ଜୀବନ ବଞ୍ଚାଇ ଆଣିଥିଲେ, ଆଜି ସେହି ହାତରେ ନିବେଦିତାଙ୍କୁ ଦେଲେ ଅଜସ୍ର ଆଶୀର୍ବାଦ। ଆଉ ଶୁଖମୟ ଦାମ୍ପତ୍ୟ ଜୀବନ ପାଇଁ କାମନା ମଧ୍ୟ କଲେ। ସେ ହେଉଛନ୍ତି ଆର୍‌ପିଏଫ୍‌ କନ୍‌ଷ୍ଟେବଳ ସୁବ୍ରତ ମହାରଣା। ପ୍ରତିଶ୍ରୁତି ରକ୍ଷା କରି ନିବେଦିତାଙ୍କ ବିବାହ ଉତ୍ସବରେ ସାମିଲ ହୋଇ ଆଶୀର୍ବାଦ ଦେଇଛନ୍ତି ସୁବ୍ରତ। ରମାଦେବୀ ଜୁନିୟର କଲେଜର ଆଇଟି ଅଧ୍ୟାପିକା ହେଉଛନ୍ତି ନିବେଦିତା ସାହୁ। ଘର ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳୀରେ। ନିର୍ବନ୍ଧ ଥିବାରୁ […]

dkl3

Manoranjan Sial
  • Published: Friday, 13 March 2020
  • , Updated: 13 March 2020, 08:42 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଦିନେ ଯେଉଁ ହାତରେ ଯମପଞ୍ଝାରୁ ଜୀବନ ବଞ୍ଚାଇ ଆଣିଥିଲେ, ଆଜି ସେହି ହାତରେ ନିବେଦିତାଙ୍କୁ ଦେଲେ ଅଜସ୍ର ଆଶୀର୍ବାଦ। ଆଉ ଶୁଖମୟ ଦାମ୍ପତ୍ୟ ଜୀବନ ପାଇଁ କାମନା ମଧ୍ୟ କଲେ। ସେ ହେଉଛନ୍ତି ଆର୍‌ପିଏଫ୍‌ କନ୍‌ଷ୍ଟେବଳ ସୁବ୍ରତ ମହାରଣା। ପ୍ରତିଶ୍ରୁତି ରକ୍ଷା କରି ନିବେଦିତାଙ୍କ ବିବାହ ଉତ୍ସବରେ ସାମିଲ ହୋଇ ଆଶୀର୍ବାଦ ଦେଇଛନ୍ତି ସୁବ୍ରତ।

ରମାଦେବୀ ଜୁନିୟର କଲେଜର ଆଇଟି ଅଧ୍ୟାପିକା ହେଉଛନ୍ତି ନିବେଦିତା ସାହୁ। ଘର ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳୀରେ। ନିର୍ବନ୍ଧ ଥିବାରୁ ତରତର ହୋଇ ସେ ଘରକୁ ଫେରିବା ପାଇଁ ଫେବୃୟାରୀ ୧୫ ତାରିଖରେ ଭୁବନେଶ୍ୱର ଷ୍ଟେସନରୁ ପୁରୀ-ସମ୍ବଲପୁର ଇଣ୍ଟରସିଟି ଧରିଥିଲେ। ମାତ୍ର ଅସାବଧାନତା ଯୋଗୁଁ ସେ ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିଥିଲେ।

ଏହି ସମୟରେ ପ୍ଲାଟ୍‌ଫର୍ମରେ ଉପସ୍ଥିତ ଥିବା ଆର୍‌ପିଏଫ୍‌ କନ୍‌ଷ୍ଟେବଳ ସୁବ୍ରତ ଦେବଦୂତ ପରି ତାଙ୍କୁ ସଙ୍ଗେ ସଙ୍ଗେ ଧରି ପକାଇଥିଲେ। କହିବାକୁ ଗଲେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ନିବେଦିତା। ଯାହାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଏପରିକି ନିବେଦିତାଙ୍କ ଜୀବନ ବଞ୍ଚାଇଥିବା ସୁବ୍ରତଙ୍କ ପାଖକୁ ଛୋଟି ଆସିଥିଲା ଅଜସ୍ର ପ୍ରଶଂସା। ନିବେଦିତାଙ୍କ ବାପା ମାଆଙ୍କଠୁ ଆରମ୍ଭ କରି ବନ୍ଧୁ ପରିଜନ ସମସ୍ତେ ଏଥିପାଇଁ ମନେ ମନେ ଈଶ୍ୱରଙ୍କ ଚମତ୍କାରିତାକୁ ଝୁରିଥିଲେ।

ନୂଆ ଜୀବନ ପାଇବା ପରେ ନିବେଦିତା ନିଜର ବାହାଘରରେ ଯୋଗଦେବା ପାଇଁ ସୁବ୍ରତଙ୍କୁ ନିମନ୍ତ୍ରଣ ଦେଇଥିଲେ। ଆଉ ନିମନ୍ତ୍ରଣ ରକ୍ଷା କରି ମାର୍ଚ୍ଚ ୧୧ ତାରିଖରେ ନିବେଦିତାଙ୍କ ବିବାହ ଉତ୍ସବରେ ଯୋଗଦେଇ ସୁନ୍ଦର ଦାମ୍ପତ୍ୟ ଜୀବନର କାମନା କରିଥିଲେ ସୁବ୍ରତ। ଆଉ ଖୁସିର ମୁହୂର୍ତ୍ତରେ ସାକ୍ଷୀ ସାଜିଥିବା ସୁବ୍ରତଙ୍କୁ ପାଖରେ ପାଇ ନିବେଦିତା ଭାବବ୍ୟୂହଳ ହୋଇଯାଇଥିଲେ।

ନିବେଦିତାଙ୍କ ଦାଦା ଲଳିତ କୁମାର ସାହୁ କହିଛନ୍ତି-“ଆମ ଝିଅ ବାହାଘର ଉତ୍ସବରେ ସାମିଲ ହୋଇ ନୂଆ ସଂପର୍କ ଯୋଡ଼ିଛନ୍ତି ସୁବ୍ରତ। ଯାହାକୁ ଆମେ ସବୁବେଳେ ମନେ ରଖିବୁ।”

Related story