‘ମୋ ବାହାଘରକୁ ମୋ ଭାଇ ଆସିବ’

ଭୁବନେଶ୍ୱର/ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରେଳ ଷ୍ଟେସନରେ ଗତକାଲି ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିବା ଯୁବତୀ ଓ ତାଙ୍କୁ ବଞ୍ଚାଇଥିବା ଆରପିଏଫ୍ କନଷ୍ଟେବଳଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ନୂଆ ଜୀବନ ପାଇଥିବା ଯୁବତୀଙ୍କର ଆଜି ଧୁମ୍‌ଧାମରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିବାବେଳେ ବେଳେ ଯବାନଙ୍କ ସାହସକୁ ସବୁଆଡୁ ମିଳୁଛି ଅଜସ୍ର ପ୍ରଂଶସା। ସତରେ କେତେ ଆକାଶ ପାତାଳ ତଫାତ୍। କାଲିର କାଳସଞ୍ଜ ଆଉ ଆଜିର ସ୍ୱପ୍ନବେଳା। ମଧ୍ୟାହ୍ନ ଭିତରେ ନିବେଦିତାଙ୍କ ଜୀବନରେ ୨୪ ଘଣ୍ଟାରେ ଆସିଛି ଦୁଇ […]

P-98765

P-98765

Tapas Behera
  • Published: Sunday, 16 February 2020
  • Updated: 16 February 2020, 09:17 PM IST

Sports

Latest News

ଭୁବନେଶ୍ୱର/ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରେଳ ଷ୍ଟେସନରେ ଗତକାଲି ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିବା ଯୁବତୀ ଓ ତାଙ୍କୁ ବଞ୍ଚାଇଥିବା ଆରପିଏଫ୍ କନଷ୍ଟେବଳଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ନୂଆ ଜୀବନ ପାଇଥିବା ଯୁବତୀଙ୍କର ଆଜି ଧୁମ୍‌ଧାମରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିବାବେଳେ ବେଳେ ଯବାନଙ୍କ ସାହସକୁ ସବୁଆଡୁ ମିଳୁଛି ଅଜସ୍ର ପ୍ରଂଶସା।

ସତରେ କେତେ ଆକାଶ ପାତାଳ ତଫାତ୍। କାଲିର କାଳସଞ୍ଜ ଆଉ ଆଜିର ସ୍ୱପ୍ନବେଳା। ମଧ୍ୟାହ୍ନ ଭିତରେ ନିବେଦିତାଙ୍କ ଜୀବନରେ ୨୪ ଘଣ୍ଟାରେ ଆସିଛି ଦୁଇ ଦୁଇଟି ବଡ଼ ମୋଡ଼ । ଗତକାଲି ଭୁବନେଶ୍ୱର ଷ୍ଟେସନରେ ଲୌହ ଦାନବର ମୃତ୍ୟୁ ପଞ୍ଝାରୁ ନିମିଷକରେ ବର୍ତ୍ତିଥିବା ଢେଙ୍କାନାଳ ମେରାମୁଣ୍ଡଳି ଗାଁର ନିବେଦିତା ସାହୁ ଆଜି ପାଦ ଥାପିଛନ୍ତି ନୂଆ ଜୀବନର ପ୍ରାରମ୍ଭିକ ପାହାଚରେ । ନିର୍ବନ୍ଧ ଉତ୍ସବରେ ତାଙ୍କ ଓଠରେ ଝଟକିଛି ସମ୍ଭାବନାର ହସ। ହୋଇଛି ଭୋଜିଭାତର ଆସର । ବାପା ମାଆଙ୍କଠୁ ବନ୍ଧୁ ପରିଜନ ସମସ୍ତେ ମନେ ମନେ ଇଶ୍ୱରଙ୍କ ଚମତ୍କାରିତାକୁ ଝୁରି ହେଉଥିବାବେଳେ ନିବେଦିତାଙ୍କ ପାଇଁ ଦେବଦୂତ ସାଜିଥିବା ଆରପିଏଫ୍ କନଷ୍ଟେବଳ ସୁବ୍ରତ ମହାରଣାଙ୍କୁ ବି ପ୍ରଶଂସାରେ ପୋତି ପକାଇଛନ୍ତି । ତେବେ ତାଙ୍କୁ ନୂଆ ଜୀବନ ଦେଇଥିବା କନଷ୍ଟେବଳ ସୁବ୍ରତଙ୍କୁ ନିର୍ବନ୍ଧରେ ନହେଲା ନାହିଁ ବାହାଘରେ ନିଶ୍ଚୟ ନିମନ୍ତ୍ରଣ କରିବେ ବୋଲି କହିଛନ୍ତି ନିବେଦିତା। ତେଣେ ନିବେଦିତାଙ୍କୁ  ବୋହୂ ନୁହେଁ ତ ବରଂ ସୌଭାଗ୍ୟ ଲକ୍ଷ୍ମୀ ଭାବେ ପାଇଥିବା କହିଛନ୍ତି ବରର ସଂପର୍କୀୟ। ନିବେଦିତା ସାହୁ ହେଉଛନ୍ତି  ଢେଙ୍କାନାଳର ମେରାମୁଣ୍ଡଳି ବାସିନ୍ଦା।

 ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଥିବା ନିବେଦିତା ରମାଦେବୀ ଜୁନିୟର କଲେଜର ଜଣେ ଆଇଟି ଅଧ୍ୟାପିକା । ଆଜି ତାଙ୍କ ନିର୍ବନ୍ଧ ଥିବାରୁ ଗତକାଲି ସେ ତରତର ହୋଇ ଘରକୁ ଯିବାକୁ ଭାଇଙ୍କ ସହ ଭୁବନେଶ୍ୱର ଷ୍ଟେସନରୁ ପୁରୀ-ସମ୍ବଲପୁର ଇଣ୍ଟରସିଟି ଟ୍ରେନ୍ ଧରିଥିଲେ। ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅକସ୍ମାତ ସିଡିରୁ ତାଙ୍କ ଗୋଡ଼ ଖସି ଯାଇଥିଲା ଏହା ଦେଖି ଡ୍ୟୁଟିରେ ଥିବା ଆରରପିଏଫ୍ କନଷ୍ଟେବଳ ସୁବ୍ରତ ମହାରଣା ଦେବଦୂତ ଭଳି ଧାଇଁ ଆସି ତାଙ୍କୁ ପ୍ଲାଟଫର୍ମକୁ ଘୋଷାରି ନେଇଥିଲେ। ଯାହାର ସିସିଟିଭି ଫୁଟେଜ୍ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏବେ ସୁବ୍ରତଙ୍କୁ ସବୁ ମହଲରୁ ଛୁଟିଛି ପ୍ରଶଂସା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story