ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ଉଦ୍ୟମ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲାରେ ମାତିଛନ୍ତି ଏଟିଏମ୍ ଲୁଟେରା। ଗତକାଲି ବିଳମ୍ବିତ ରାତିରେ ବାଘମାରୀ ବଜାର ଛକରେ ଥିବା ଏସ୍ବିଆଇ ଏଟିଏମ୍ରୁ ଲୁଟେରାମାନେ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ।
ଲୁଟେରାମାନେ ଏଟିଏମ୍ ଭଙ୍ଗାରୁଜା କରିବା ସମୟରେ ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସ୍କୁ ଖବର ଦେଇଥିଲେ।
ଆହୁରି ପଢ଼ନ୍ତୁ
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଲା ପୂର୍ବରୁ ଲୁଟେରାମାନେ ସେଠାରୁ ଚମ୍ପଟ ମାରିଥିଲେ।
ଏଟିଏମରୁ ଟଙ୍କା ଚୋରି ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏଟିଏମ୍କୁ ଟାଉନ୍ ଥାନା ପୁଲିସ୍ ସିଲ୍ କରି ଦେଇଛି।