ଏସ୍‌ବିଆଇ ଖୋଲିଲା ୨ ନୂଆ ଶାଖା ସହ ୨୮ ଡିଷ୍ଟିକ୍ଟ ସେଲ୍ସ ହବ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  ୨ଟି ନୂଆ ଶାଖା ସହିତ ୨୮ଟି ଡିଷ୍ଟ୍ରିକ୍ଟ ସେଲସ୍ ହବ୍ ଓ ୫୧ଟି ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଗ୍ରାମାଞ୍ଚଳ ଓ ସେମି ଅର୍ବାନ ଏରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କ୍ଷୁଦ୍ର ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେବାଲାଗି ଏସ୍‌ବିଆଇ ଏପରି ପଦକ୍ଷେପ ନେଇଛି। ରାଜ୍ୟର ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ଏସ୍‌ବିଆଇର ୪ ହଜାର ୪୩୫ଟି ଗ୍ରାହକ ସେବା କେନ୍ଦ୍ର […]

Untitled-1

Tapaswini Nayak
  • Published: Saturday, 15 August 2020
  • , Updated: 15 August 2020, 01:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  ୨ଟି ନୂଆ ଶାଖା ସହିତ ୨୮ଟି ଡିଷ୍ଟ୍ରିକ୍ଟ ସେଲସ୍ ହବ୍ ଓ ୫୧ଟି ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଗ୍ରାମାଞ୍ଚଳ ଓ ସେମି ଅର୍ବାନ ଏରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କ୍ଷୁଦ୍ର ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେବାଲାଗି ଏସ୍‌ବିଆଇ ଏପରି ପଦକ୍ଷେପ ନେଇଛି।

ରାଜ୍ୟର ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ଏସ୍‌ବିଆଇର ୪ ହଜାର ୪୩୫ଟି ଗ୍ରାହକ ସେବା କେନ୍ଦ୍ର ରହିଛି। ୫୧ଟି ନୂଆ ଗ୍ରାହକ ସେବା କେନ୍ଦ୍ର ଖୋଲିବା ଫଳରେ ଲୋକେ ଅଧିକ ସୁବିଧା ପାଇପାରିବେ ବୋଲି କହିଛନ୍ତି ଏସବି‌ଆଇ ଚିଫ୍ ଜେନେରାଲ ମ୍ୟାନେଜର।

ଏହି ୨ ନୂତନ ଶାଖା ସହିତ ୨୮ଟି ଡିଷ୍ଟ୍ରିକ୍ଟ ସେଲସ ହବ୍ ଓ ଗ୍ରାହକ ସେବା କେନ୍ଦ୍ରକୁ ଡିଜିଟାଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୫୦୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଥିଲା।

Related story