ସମ୍ବଲପୁର ବଙ୍ଗୀୟ ଯୁବତୀଙ୍କୁ ବ୍ଲାକମେଲିଂ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ସମ୍ୱଲପୁର: ଚାକିରୀ କରାଇଦେବା ନାଁରେ ବଙ୍ଗୀୟ ଯୁବତୀ ଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗ ହୋଇଛି। ଉକ୍ତ ଯୁବତୀଙ୍କ ଠାରୁ ଅର୍ଥ ଲୁଟି ନେବା ସହ ଭଡାଘରେ ରଖି ଦୁଷ୍କର୍ମ କରିଥିବା ଘଟଣାରେ ସମ୍ୱଲପୁର ଅଇଁଠାପାଲି ଥାନା ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ପ୍ରଶାନ୍ତ କୁମାର ବାଗ। ପୁର୍ବରୁ ଏହି ଘଟଣା ରେ ମୁଖ୍ୟ ଅଭିଯୁକ୍ତର ନକଲି ପିତା-ମାତା ସାଜିଥିବା ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଗତ ୩ […]

girafmahila

Rakesh Mallick
  • Published: Saturday, 30 May 2015
  • , Updated: 30 May 2015, 04:41 PM IST

ସମ୍ୱଲପୁର: ଚାକିରୀ କରାଇଦେବା ନାଁରେ ବଙ୍ଗୀୟ ଯୁବତୀ ଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗ ହୋଇଛି। ଉକ୍ତ ଯୁବତୀଙ୍କ ଠାରୁ ଅର୍ଥ ଲୁଟି ନେବା ସହ ଭଡାଘରେ ରଖି ଦୁଷ୍କର୍ମ କରିଥିବା ଘଟଣାରେ ସମ୍ୱଲପୁର ଅଇଁଠାପାଲି ଥାନା ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ପ୍ରଶାନ୍ତ କୁମାର ବାଗ। ପୁର୍ବରୁ ଏହି ଘଟଣା ରେ ମୁଖ୍ୟ ଅଭିଯୁକ୍ତର ନକଲି ପିତା-ମାତା ସାଜିଥିବା ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଗତ ୩ ତାରିଖ ଦିନ ଚବିଶ ପ୍ରଗଣାର ଜଣେ ଯୁବତୀ ଙ୍କ ସହ ଅଭିଯୁକ୍ତ ଙ୍କ ସହ ଟ୍ରେନ ରେ ଦେଖା ହୋଇଥିଲା। ବ୍ୟାଙ୍କରେ ମାସିକ ୧୫ ହଜାର ଟଙ୍କ।ର ଚାକିରୀ କରାଇ ଦେବାର ପ୍ରଲୋଭନ ଦେଖାଇ ସମ୍ୱଲପୁର ଅମ୍ୱିରା ନଗର ଭଡାଘରେ ରଖି ଯୁବତୀ ଙ୍କୁ ବଳାତ୍କାର କରିଥିଲା ଅଭିଯୁକ୍ତ। ସତ୍ୟାସତ୍ୟ ଜାଣିବା ପରେ ପିଡିତା ଯୁବତୀ ଜଣକ ଅଇଁଠାପାଲି ଥାନାରେ ମାମଲା ରୁଜ୍ଜୁ କରିଥିଲେ। ସେବେ ଠାରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା।

Related story