ଓଡ଼ିଶାରେ ପ୍ରଥମ: କ୍ଷୀରୋଦଙ୍କଠାରେ ଲାଗିଲା କୃତ୍ରିମ ହାତ

କଟକ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇହାତ ହରାଇ ଥିବା ବଲାଙ୍ଗିର ରାଘବପାଲିର କ୍ଷୀରୋଦ ମିଶ୍ରଙ୍କଠାରେ ଲାଗିଛି କମ୍ପ୍ୟୁଟରୀକୃତ କୃତ୍ରିମ ହାତ। କଟକ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ହୋଇଥିବା ଏଭଳି କୃତ୍ରିମ ହାତ ପ୍ରତିରୋପଣ ରାଜ୍ୟ ପାଇଁ ପ୍ରଥମ ଘଟଣା। କଟକ ଗସ୍ତବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ ମେଡିକାଲ ଯାଇ ଏଥିପାଇଁ କ୍ଷୀରୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲାଙ୍ଗିର ରାଘବପାଲିର କ୍ଷୀରୋଦ ହାତ ହରାଇବା ପରେ ଯାହା କେବେ ସମ୍ଭବ ବୋଲି କେବେ ଭାବି ନ […]

scb

Rakesh Mallick
  • Published: Wednesday, 03 February 2016
  • , Updated: 03 February 2016, 05:28 PM IST

କଟକ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇହାତ ହରାଇ ଥିବା ବଲାଙ୍ଗିର ରାଘବପାଲିର କ୍ଷୀରୋଦ ମିଶ୍ରଙ୍କଠାରେ ଲାଗିଛି କମ୍ପ୍ୟୁଟରୀକୃତ କୃତ୍ରିମ ହାତ। କଟକ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ହୋଇଥିବା ଏଭଳି କୃତ୍ରିମ ହାତ ପ୍ରତିରୋପଣ ରାଜ୍ୟ ପାଇଁ ପ୍ରଥମ ଘଟଣା। କଟକ ଗସ୍ତବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ ମେଡିକାଲ ଯାଇ ଏଥିପାଇଁ କ୍ଷୀରୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବଲାଙ୍ଗିର ରାଘବପାଲିର କ୍ଷୀରୋଦ ହାତ ହରାଇବା ପରେ ଯାହା କେବେ ସମ୍ଭବ ବୋଲି କେବେ ଭାବି ନ ଥିଲେ ଆଜି ତାହା ସତ୍ୟରେ ପରିଣତ ହୋଇଛି। ତାଙ୍କ ଶରୀରରେ ଲାଗିଥିବା କୃତ୍ରିମ ହାତରେ ଏବେ ସେ ସବୁ କିଛି କରିପାରିବେ। ହାତ ଲାଗିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ଧନ୍ୟବାଦ ପତ୍ର ଲେଖିଛନ୍ତି।

ଆମେରିକାରୁ ଆସିଥିବା ଏକ କୃତ୍ରିମ ହାତରେ ରହିଛି ଇଲେକଟ୍ରିକ କମ୍ପ୍ୟୁଟରାଇଜଡ ସିଷ୍ଟମ। ଏହାକୁ ଦେହର ମାଂସପେଶୀ ସହ ଲଗାଇବା କ୍ଷଣି ଏଥିରେ ଥିବା ଇଲେଟ୍ରେଡ କାର୍ଯ୍ୟକ୍ଷମ ହୋଇଯାଏ। ଏହାପରେ ବ୍ୟକ୍ତି ଯାହା ଭାବେ ତାହା କରିପାରେ। ହାତ ହରେଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା କ୍ଷୀରୋଦଙ୍କଠାରେ ଲାଗିଛି ଏହି ହାତ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବିଶେଷଜ୍ଞଙ୍କ କହିବା କଥା କେବଳ ଏସସିବି ନୁହେଁ ଏଭଳି କୃତ୍ରିମ ହାତ ପ୍ରତିରୋପଣ ଓଡ଼ିଶା ପାଇଁ ପ୍ରଥମ ଘଟଣା। ଗତବର୍ଷ ଅଗଷ୍ଟ ୬ ତାରିଖରେ ଦୁର୍ବତ୍ତଙ୍କ ଆକ୍ରମଣରେ କ୍ଷୀରୋଦ ଦୁଇଟି ଯାକ ହାତ ହରାଇଥିଲେ।

Related story